କୋରାପୁଟରେ ଗାଁ ଆମ୍ବ ପସରା ଷ୍ଟଲ ଉଦଘାଟିତ: ରାଞ୍ଚି ଚାଖିବ କୋରାପୁଟିଆ ଆମ୍ବ 

କୋରାପୁଟ: କୋରାପୁଟିଆ ଆମ୍ବର ସ୍ବାଦ ଚାଖିବ ରାଞ୍ଚି। ଆସନ୍ତାକାଲି କୋରାପୁଟ ଜିଲ୍ଲାରୁ ଆମ୍ବ ଝାଡ଼ଖଣ୍ଡ ରାଜ୍ୟକୁ ଯିବ। ଏନେଇ ବୁଝାବଣା ଶେଷ ହୋଇଥିବାବେଳେ ଆସନ୍ତାକାଲି ସେଠାକୁ ପଠାଯିବାକୁ ବ୍ୟବସ୍ଥା ଗ୍ରହଣ କରାଯାଯାଉଛି। ଜିଲ୍ଲାର ୧୪ଟି ବ୍ଲକରେ ବିଭିନ୍ନ ଏସଏସଜି ଗ୍ରୁପ ପକ୍ଷରୁ ଉତ୍ପାଦିତ ହୋଇଥିବା ଆମ୍ବ ସେଠାକୁ ପଠାଯିବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। କାପ୍‌କୋ ପକ୍ଷରୁ ଏନେଇ ସମ୍ପୃକ୍ତ ରାଜ୍ୟ ସହ ଆଲୋଚନା କରୁଥିବା ଜଣାପଡିଛି। ଦଶମନ୍ତପୁରରୁ ୧୦ ଟନ ଲେଙ୍ଗଡା ଓ ଦଶେରୀ ଆମ୍ବ ରାଞ୍ଚିକୁ ପଠାଯିବ ବୋଲି ଓରମାସ ମୁଖ୍ୟ ନିର୍ବାହୀ ଅଧିକାରୀ ରୋସନ କାର୍ତ୍ତିକ ସୂଚନା ଦେଇଛନ୍ତି ।

କୋରାପୁଟ ବଜାରରେ ଖୋଲିଲା ଆମ୍ବର ପସରା। ଓରମାସ ଆନୁକୁଲ୍ୟରେ କୋରାପୁଟ ଠାରେ ଗାଁ ଆମ୍ବ ପସରା ଷ୍ଟଲ ଉଦଘାଟିତ ହୋଇ ଯାଇଛି। କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ. ଅଖତର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ।

ଏଠାରେ ବାଇଗଣପଲ୍ଲୀ , ଆମ୍ବ୍ରପାଳି ଓ ଦଶେରୀ ଆମ୍ବ ୨୫ ଟଙ୍କାରୁ ୩୫ ଟଙ୍କା ଦରରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବିକ୍ରି କରାଯିବ ବୋଲି ଓରମାସର ମୁଖ୍ୟ ନିର୍ବାହୀ ଅଧିକାରୀ ରୋସନ କାର୍ତ୍ତିକ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, କୋରାପୁଟ ଡିଆରଡିଏ ପିଡ଼ି ପ୍ରବୀର କୁମାର ନାୟକ ,କୋରାପୁଟ ପୌର ନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ , ଓଏଲଏମ ଅଧିକାରୀ ସସ୍ମିତା ସାମନ୍ତରାୟ, ଓରମାସ ଅଧିକାରୀ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାର ୧୪ଟି ବ୍ଲକରୁ ଏସଏସଜି ମହିଳାଙ୍କ ଦ୍ବାରା ଉତ୍ପାଦିତ ଆମ୍ବ ଏହିଠାରେ ବିକ୍ରି କରାଯାଉଥିବା ଜଣାପଡିଛି।

ସମ୍ବନ୍ଧିତ ଖବର