ଯୁବକଙ୍କ ହତ୍ୟା ମାମଲା: ସାକ୍ଷ୍ୟ ଦେବା ହେଲା କାଳ, ସାଙ୍ଗ ନେଲା ଜୀବନ

ଜୟପୁର: ଗତ ୬ତାରିଖ ଦିନ ଛାତଡିଫୁଟ ଗାଁର ହର ଗାଧବାଙ୍କ ୧୯ବର୍ଷର ପୁଅ ଉପେନ୍ଦ୍ର ଗାଧବା ସଂଧ୍ୟା ସାଢ଼େ ୭ଟା ପରେ ନିଖୋଜ ହୋଇଥିଲେ। ମଙ୍ଗଳବାର ଦିନ ଉପେନ୍ଦ୍ରଙ୍କ ମର ଶରୀର କଣ୍ଡାପୁଟ ନିକଟସ୍ଥ ଆମ୍ବବଗିଚାରୁ ମିଳିଥିଲା। ଏହି ହତ୍ୟା ମାମଲାରେ ପୁଲିସ ସେହି ଗାଁର ମୁଖ୍ୟ ଅଭିଯୁକ୍ତ ଭଗବାନ ଗାଧବାଙ୍କ ୨୦ବର୍ଷର ପୁଅ ଘାସିରାମ ଗାଧବା ଓରଫ ଘାସି ଓ ସ୍ବର୍ଗତ ନୀଳକଣ୍ଟ ଗାଧବାଙ୍କ ୨୫ବର୍ଷର ପୁଅ ବଳରାମ ଗାଧବା ଓରଫ ମେଟାଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଥିବା

ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ ଅରୁଫ ଅଭିଶେଖ ବେହେରା ଓ ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର। ଅଭିଯୁକ୍ତ ମାନେ କେଉଁ କାରଣରୁ ଓ କିଭଳି ହତ୍ୟା କରିଥିଲେ ପୁଲିସ ସବୁ ବିବରଣୀ ଉଭୟ ଦେଇଥିଲେ। ମୃତ ଉପେନ୍ଦ୍ର, ଦୁଇ ଅଭିଯୁକ୍ତ ଘାସି ଓ ମେଟା ଦିନ ମଜୁରିଆ ଭାବେ ମିଶି କାମ କରୁଥିଲେ। ଘାସି ଓ ମୃତ ଉପେନ୍ଦ୍ର ଦୁଇ ବନ୍ଧୁ। ଗତ ୪ତାରିଖ ଦିନ ମୁଖ୍ୟ ଅଭିଯୁକ୍ତ ଘାସି ଗାଧବା, ଓ ମେଟା ଗାଧବା ପରିବାରବର୍ଗ ସହ ଗାଁରେ ରହୁଥିବା ଭଗବତୀ ଗାଧବାଙ୍କର କୌଣସି କଥାକୁ କେନ୍ଦ୍ର କରି ଝଗଡ଼ା ଏବଂମାରପିଟ୍ ହୋଇଥିଲା।

ଏଥିରେ ଭଗବତୀଙ୍କୁ ଘାସି ଓ ମେଟା ଆକ୍ରମଣ କରିଥିଲେ। ଏହି ଝଗଡା ସମୟରେ ଘାସି ହାତରେ ଗୋଟିଏ ଧାରୁଆ ଅସ୍ତ୍ରରେ ଭଗବତୀଙ୍କୁ ମାରିବାକୁ ବି ଉଦ୍ୟମ କରିଥିଲେ। ଏହି ଝଗଡ଼ା ସମୟରେ ଉପେନ୍ଦ୍ର ସେଠାରେ ଉପସ୍ଥିତ ରହି ଛଡା ଛଡ଼ି କରିଥିଲେ। ଏହି ଝଗଡ଼ାକୁ ନେଇ ଗାଁରେ ୫ତାରିଖ ଦିନ ଗ୍ରାମସଭା ହୋଇଥିଲା। ଉପେନ୍ଦ୍ର ଘଟଣାର ପ୍ରତ୍ୟକ୍ଷଦର୍ଶୀ ରହିଥିବାରୁ ସେ ତା ନିଜ ବନ୍ଧୁ ଘାସି ବିରୋଧରେ ସାକ୍ଷ୍ୟ ଦେଇଥିଲେ। ଗାଁ ସଭାରେ ଗାଁ ଲୋକଙ୍କ ସମ୍ମୁଖରେ ଘାସି, ମେଟା ଓ ତାଙ୍କ ପରିବାରବର୍ଗକୁ ଅପଦସ୍ଥ ହେବା ସହ ୫୦୦ଟଙ୍କା ଜୋରିମାନା ଦେବାକୁ ପଡ଼ିଥିଲା। ଏହି ଅପମାନକୁ ମନରେ ରଖି ମୁଖ୍ୟଅଭିଯୁକ୍ତ ଘାସି ଉପେନ୍ଦ୍ରକୁ ଜୀବନରେ ମାରିବାକୁ ସହ ଅଭିଯୁକ୍ତ ମେଟା ସହ ମିଶି ଯୋଜନା ପ୍ରସ୍ତୁତ କରିଥିଲେ। ପୂର୍ବ ଯୋଜନା ମୁତାବକ, ୬ତାରିଖ ରବିବାର ଦିନ ସଂଧ୍ୟାରେ ଅଭିଯୁକ୍ତ ଘାସି ଘରୁ ଛୁରୀ ନେଇ ନିଜ ପକେଟରେ ଲୁଛାଇ ରଖିଥିଲେ।

ଉପେନ୍ଦ୍ରଙ୍କ ଘରକୁ ଯାଇ ଡ଼ାକିବା ସହ ବୈରାଗୀମଠ ଗାଁରେ ମଦ୍ୟପାନ କରିବାକୁ ପ୍ରସ୍ତାବ ଦେଇଥିଲେ। ଉପେନ୍ଦ୍ର ଏଥିରେ ରାଜି ହୋଇଥିଲେ। ମେଟା ନିଜ ବାେଇକ୍ ଆଣିବା ପରେ ତିନି ଜଣ ମିଶି ବୈରାଗୀ ମଠ ଯାଇ ମଦ୍ୟପାନ କରି ଫେରୁଥିଲେ। ଘାସି ଚଳାଉଥିବା ବାଇକକୁ କଣ୍ଡାପୁଟ ଆମ୍ବବଗିଚା ନିକଟରେ ରଖିଥିଲେ। ବାଇକରୁ ଉପେନ୍ଦ୍ରକୁ ଓହ୍ଲାଇବାକୁ କହିଥିଲେ। ଗାଁ ସଭା ଘଟଣାକୁ ନେଇ ଉଭୟ ମଧ୍ୟରେ କଥା କଟାକଟି ହୋଇଥିଲା। ବନ୍ଧୁ ହୋଇ କିଭଳି ବନ୍ଧୁ ବିରୋଧରେ ଉପେନ୍ଦ୍ର ସାକ୍ଷ୍ୟ ଦେଲେ ବୋଲି ଘାସି କହିଥିଲେ। ନିଶାସକ୍ତ ଅବସ୍ଥାରେ ଥିବା ଉପେନ୍ଦ୍ର ଘାସିକୁ ଅସଭ୍ୟଭାଷାରେ ଗାଳି ଗୁଳଜ କରି ସାମାନ୍ୟ ଆହତ କରିଥିଲେ। ସହଯୋଗୀ ଅଭିଯୁକ୍ତ ବଳରାମ ଉପେନ୍ଦ୍ରର ଦୁଇ ହାତକୁ ଜୋରରେ ଧରିଥିଲେ। ଘାସି ପକେଟରେ ରଖିଥିବା ଧାରୁଆ ଛୁରୀ ବାହାର କରି ଉପେନ୍ଦ୍ରର ବେକରେ ଲଗାଇ ବେକକୁ କାଟି ଦେଇଥିଲେ। ରକ୍ତର ଧାର ବୋହିବା ସହ ଉପେନ୍ଦ୍ର ତଳେ ପଡ଼ି ଯାଇ ଅଚେତ ହୋଇଥିଲେ। ଏଥିକିରେ ବି ଘାସିର ମନ ଶାନ୍ତ ହୋଇନଥିଲା। ଘାସି ଧରିଥିବା ଛୁରୀରେ ଉପେନ୍ଦ୍ରର ଦେହର ଚାରି ପଟେ ଭୁସି ପକାଇଥିଲେ। ସେଠାରେ ପଡ଼ିଥିବା ପଥର ଉଠାଇ ଆଣି ଉପେନ୍ଦ୍ରର ମୁହଁରେ ଛେଚି ଦେଇଥି‌ଲେ। ଏହା ପରେ ସେଠାରୁ ଘରକୁ ଯାଇ ଉଭୟ ଚୁପ ଚାପ ରହିଯାଇଥିଲେ। ମଙ୍ଗଳବାର ଦିନ କଣ୍ଡାପୁଟ ଆମ୍ବବଗିଚାରେ ଉପେନ୍ଦ୍ରର ମରଶରୀର ମିଳିବା ଶୁଣିବା ପରେ ଉଭୟ ଚମ୍ପଟ ମାରିଥିଲେ ବୋଲି ପୁଲିସ ନିକଟରେ ଉଭୟ ଅଭିଯୁକ୍ତ ସ୍ବୀକାର କରି କହିଥିବା କହିଛନ୍ତି ଏସଡିପିଓ ଓ ସଦରଥାନା ଅଧିକାରୀ।

ସମ୍ବନ୍ଧିତ ଖବର