ନୂଆପଡ଼ା: ଜଙ୍ଗଲୀ ଭାଲୁକୁ ହିଂସ୍ର ବୋଲି ବିବେଚନା କରାଯାଏ। ବିଭିନ୍ନ ସମୟରେ ଭାଲୁ ଆକ୍ରମଣରେ ବହୁ ଲୋକ ମୃତାହତ ହେଉଛନ୍ତି। ହେଲେ ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ସାଲିହା ଜଙ୍ଗଲ ପାହାଡ଼ ଉପରେ ଥିବା ମନ୍ଦିର ପରିସରରେ ଭାଲୁ ଓ ମଣିଷ ବନ୍ଧୁତାର ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳୁଛି। ମନ୍ଦିର ପରିସରକୁ ଜଙ୍ଗଲୀ ଭାଲୁ ଆସି ମଣିଷ ହାତରୁ ଖାଦ୍ୟ ନେଉଛନ୍ତି।
ପ୍ରକାଶ ଯେ, ସାଲିହା ଜଙ୍ଗଲରେ ଜଙ୍ଗଲୀ ଭାଲୁ ବହୁ ସଂଖ୍ୟାରେ ରହିଛନ୍ତି। ଏହି ଜଙ୍ଗଲକୁ ବନ ବିଭାଗ ଭାଲୁ କରିଡ଼ର ମଧ୍ୟ ଘୋଷଣା କରିଛି। ଜଙ୍ଗଲକୁ ଲୋକଙ୍କୁ ଯିବାକୁ ବାରଣ କରାଯାଇଛି। ଭାଲୁ ଭୟରେ ଲୋକେ ଜଙ୍ଗଲକୁ ଯିବା ପାଇଁ ଭୟ କରନ୍ତି। ଅନେକ ଥର କିଛି ଲୋକ ଭାଲୁ ଆକ୍ରମଣରେ ପ୍ରାଣ ହରାଇଛନ୍ତି। କିଛି ଆହତ ବି ହୋଇଛନ୍ତି। ସନ୍ଧ୍ୟା ହେଲେ ତାଟିକବାଟ ବନ୍ଦ କରି ଦେଇଥାନ୍ତି। ଜମିବାଡ଼ିକୁ ରାତିରେ ଯାଆନ୍ତି ନାହିଁ। ହେଲେ ଏବେ ସାଲିହା ଜଙ୍ଗଲ ପାହାଡ଼ ଉପରେ ଓଲଟା ଦୃଶ୍ୟ ଦେଖିବାକୁ ମିଳୁଛି।/sambad/media/post_attachments/wp-content/uploads/2021/01/5s6df456sf4h56fs456sf46fsh.jpg)
ପାହାଡ଼ ଉପରେ ରାମସୀତା ଓ ସିୱାର ଦେବୀଙ୍କ ମନ୍ଦିର ରହିଛି। ସେହି ମନ୍ଦିରରେ ପ୍ରତେକ ଦିନ ପୂଜାର୍ଚ୍ଚନା ହେଉଛି। କିଛିଦିନ ତଳେ ପୂଜାରୀ ପୂଜାର୍ଚ୍ଚନା କରୁଥିବା ସମୟରେ କିଛି ଜଙ୍ଗଲୀ ଭାଲୁ ମନ୍ଦିର ପ୍ରାଙ୍ଗଣକୁ ଆସିଥିଲେ। ପୂଜକ ଭୟଭୀତ ହୋଇ ପଳାଇ ଯାଇଥିଲେ। ମନ୍ଦିରକୁ ଭାଲୁ ଆସୁଥିବା ଦେଖି ଗାଁର କିଛି ସାହସୀ ଯୁବକ ପୂଜକଙ୍କ ସାଙ୍ଗରେ ରହିଥିଲେ। ସେମାନେ ଭୟଭୀତ ନହୋଇ ଜଙ୍ଗଲୀ ଭାଲୁଙ୍କୁ ଦେବୀଙ୍କ ପ୍ରସାଦ ନଡ଼ିଆ ଖାଇବା ପାଇଁ ଦେଇଥିଲେ। ଜଙ୍ଗଲୀ ଭାଲୁମାନେ ପ୍ରସାଦ ଖାଇ ଜଙ୍ଗଲକୁ ଚାଲିଯାଇଥିଲେ। ବର୍ତ୍ତମାନ ଭାଲୁମାନେ ମଣିଷଙ୍କୁ ଆକ୍ରମଣ ନକରି ପ୍ରତ୍ୟେକ ଦିନ ଆସି ପ୍ରସାଦ ସେବନ କରି ଜଙ୍ଗଲକୁ ଚାଲି ଯାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/56fs4h5fs456hfs4h65fs456fsh.jpg)