ଗଂଜେଇ ଚାଲାଣର ଚେର ଜୟପୁରରୁ-ନାଗପୁର; ମୁମ୍ବାଇ ଏଟିଏସ୍ କଳାଗୁଡ଼ାରୁ ଜଣକୁ ଉଠାଇ ନେଲେ ଅନ୍ୟ ଅଭିଯୁକ୍ତ ମାନେ ଫେରାର

ଜୟପୁର: ଗଂଜେଇ ଚାଲାଣର ପେଣ୍ଟ ପାଲଟିଛି ଜୟପୁର। ଆଜି ଏହା ସ୍ପଷ୍ଟ ରୁପେ ପ୍ରମାଣିତ ହୋଇଯାଇଛି। ଏପରିକି ଏଠାରୁ ମହାରାଷ୍ଟ୍ରର ନାଗପୁର, ମୁମ୍ବାଇ ଆଦି ବଡ଼ ବଡ଼ ମହାନଗରକୁ ଗଂଜେଇ ଚାଳାଣ ହେଉଥିବା ସୂଚନା ମିଳିଛି। ମୁମ୍ବାଇ ଆଣ୍ଟି ଟେରୋରିଜମ୍ ସ୍କ୍ବାର୍ଡ (ଏଟିଏସ୍)ର ନାଗପୁର ଶାଖାର ସବଇନିସପେକ୍ଟର ଆଶିଷ ଠାକୁର ଏକ ଦଳକୁ ନେଇ ଜୟପୁର ସଦରଥାନାକୁ ଆସିଥିଲେ। ଜୟପୁର ସଦରଥାନା ପୁଲିସ ସହଯୋଗରେ କଳାଗୁଡା ଅଂଚଳରେ ଚଢ଼ାଉ କରାଯାଇଥିଲା। ଜଣେ ଅଭିଯୁକ୍ତ ଧରା ପଡ଼ିଥିଲେ। ଅଭିଯୁକ୍ତ ଜଣକ ହେଉଛନ୍ତି ଖଗପତି ପାଙ୍ଗି(୪୫)। ଖବର ପାଇ ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇ ଯାଇଛନ୍ତି। ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ତଳେ ମହାରାଷ୍ଟ୍ରର ନାଗପୁରରେ ଜଣେ ବ୍ୟକ୍ତି ଗଂଜେଇ ଚାଳାଣ କରୁଥିବା ବେଳେ ମହାରାଷ୍ଟ୍ର ସରକାର ସ୍ବତନ୍ତ୍ର ଭାବେ ନାର୍କଟିକ୍ସ ମାମଲାରେ ନିୟୋଜିତ କରିଥିବା ଏଟିଏସ୍ ହାତରେ ଧରା ପଡ଼ିଥିଲେ।

ଅଭିଯୁକ୍ତ ଜଣକ କେଉଁ ଠାରୁ ଗଂଜେଇ ଆଣିଥିଲେ ତାହାର ଠିକଣା ସ୍ପଷ୍ଟ ସୂଚନା ଦେଇଥିଲେ। ଏହା ପରେ ଏଟିଏସର ଏକ ସ୍ବତନ୍ତ୍ର ଦଳ ସବଇନିସପେକ୍ଟର ଶ୍ରୀ ଠାକୁରଙ୍କ ନେତୃତ୍ବରେ ସହଯୋଗୀ ଓ ଯାହା ଠାରୁ କିଣିଛନ୍ତି ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଧରାପଡ଼ିଥିବା ଅଭିଯୁକ୍ତଙ୍କୁ ଆଣି କଳାଗୁଡାରୁ ଅଭିଯୁକ୍ତ ଖଗପତିଙ୍କୁ ଜୟପୁର ସଦର ପୁଲିସ ଉପସ୍ଥିତିରେ ଧରିଥିବା କହିଛନ୍ତି ଜୟପୁର ଏସଡିପିଓ ଅରୁପ ଅଭିଶେକ ବେହେରା। ଅନ୍ୟ କିଛି ଅଭିଯୁକ୍ତ ବି ଗଂଜେଇ ଚାଳାଣ ମାମଲାରେ ସାମିଲ ରହିଥିବା ବେଳେ ସଦର ଓଏଟିଏସ୍ ଚଢ଼ାଉ ବେଳେ ଫେରାର ମାରିଥିବା କହିଛନ୍ତି ଜୟପୁର ସଦର ଓଆଇସି ଆଦିତ୍ୟ ମହାକୁର।

ସମ୍ବନ୍ଧିତ ଖବର