ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନିଧି ସଂଗ୍ରହ ଅଭିଯାନ, ଶ୍ରୀରାମ ମନ୍ଦିର ନିର୍ମାଣ ନିଧି ସମର୍ପଣ ସମିତିର ଶୁଭାରମ୍ଭ

ବାରିପଦା: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀଶ୍ରୀହରିବଳଦେବଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିର ସମ୍ମୁଖରୁ ବହୁ ପ୍ରତିକ୍ଷୀତ ଶ୍ରୀରାମ ମନ୍ଦିର ନିର୍ମାଣ ନିଧି ସମର୍ପଣ ସମିତିର ଶୁଭାରମ୍ଭ ହୋଇଛି । ଏହାପୂର୍ବରୁ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମହାପ୍ରଭୂ ଓ ଅଧିଷ୍ଠାତ୍ରୀ ଦେବୀ ମା ଅମ୍ବିକାଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ସଞ୍ଚାଳନ ସମିତି ଓ ମାର୍ଗଦର୍ଶକ ମଣ୍ଡଳୀର ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଧ୍ୟାତ୍ମିକ ସମାବେଶ ଅନୁଷ୍ଠିତ ହୋଇଥିଲା ।

ଏହି ପରିପ୍ରେକ୍ଷୀରେ ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଦିବାକର ତ୍ରିପାଠୀ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ପ୍ରଦାନ ପରେ ଜିଲ୍ଲା ଅଭିଯାନର ପ୍ରମୁଖ ଯୋଗେଶ୍ୱର ଦଣ୍ଡପାଟ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)ର ପ୍ରାନ୍ତ ଅଧିକାରୀ ସୃଷ୍ଟିଧର ବିଶ୍ୱାଳ, ସରସ୍ୱତୀ ଶିଶୁ ମନ୍ଦିର ଓ ଶିକ୍ଷା ବିକାଶ ସମିତିର ପ୍ରାନ୍ତ ସଙ୍ଗଠନ ମନ୍ତ୍ରୀ ରମାକାନ୍ତ ମହାନ୍ତ, ସଂଘର ଜିଲ୍ଲାର ପ୍ରମୁଖ କାର୍ଯ୍ୟକର୍ତ୍ତା ତୁଷାର କାନ୍ତ ମହାନ୍ତ, ନିର୍ମଳ ପ୍ରକାଶ ଜେନା, ଜିଲ୍ଲା ପ୍ରଚାରକ କଶ୍ୟପ ମାନସ ରଞ୍ଜନଙ୍କ ସଂଯୋଜନାରେ ରାମ ଭକ୍ତମାନଙ୍କର ଏକ ଶୋଭାଯାତ୍ର ସହର ପରିକ୍ରମା କରିଥିଲା ।

ଏହାପରେ କୈଳାଶ ଚନ୍ଦ୍ର ମହାନ୍ତି, ଲୋକସଭା ସାଂସଦ ବିଶ୍ୱେଶ୍ବର ଟୁଡ଼ୁ, ଦିବାକର ତ୍ରିପାଠୀ, ଯୋଗେଶ୍ୱର ଦଣ୍ଡପାଟ, ଭରତ ହାଁସଦାଃ, ରସିକାନନ୍ଦ ମିଶ୍ର, ଜିଲ୍ଲାର ପ୍ରାକ୍ତନ ସଂଘ କାର୍ଯ୍ୟବାହ ଅମୂଲ୍ୟ କୁମାର ବୋଡ଼େଙ୍କ ଶିଶୁ ପୁତ୍ର ପ୍ରମୁଖ ମନ୍ଦିର ନ୍ୟାସ ଉଦ୍ଦେଶ୍ୟରେ ଶ୍ରଦ୍ଧା ନିଧି ସମର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲାର ପ୍ରତ୍ୟେକ ପରିବାର ନିକଟରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ସନ୍ଦେଶ ପହଞ୍ଚାଇବା ନିମନ୍ତେ ନିବେଦନ କରିଥିଲେ ।

ସମ୍ବନ୍ଧିତ ଖବର