କଳାହାଣ୍ଡି ଜିଲ୍ଲାରେ ଭୂତ ପାଇଖାନା ଦୁର୍ନୀତି: ୯ ଜଣ ହିତାଧିକାରୀଙ୍କ ନାମରେ ମିଥ୍ୟା ବିଲ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକରେ ପାଇଖାନା ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ଗୋଟିଏ ପରେ ଗୋଟିଏ ପାଇଖାନା ଦୁର୍ନୀତି ଲୋକଲୋଚନକୁ ଆସୁଥିବା ବେଳେ ଦୁର୍ନୀତି ର ଚେର ଲମ୍ବିବାରେ ଲାଗିଛି । ମଦନପୁର ରାମପୁର ବ୍ଲକ ର ରାମପୁର ପଞ୍ଚାୟତର ରାମପୁର ଗ୍ରାମରେ ୯ ଟି ହିତାଧିକାରୀଙ୍କ ନାମରେ ମିଥ୍ୟା ପାଇଖାନା ବିଲ ହଡ଼ପ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଭିଜିଲାନ୍ସ ତଦନ୍ତ କରିବାକୁ ସାଧାରଣ ରେ ଦାବୀ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକର ରାମପୁର ପଞ୍ଚାୟତର ରାମପୁର ଗ୍ରାମର ଦୁଃଶାସନ ନାଏକ ପିତା କାଳୀ ନାଏକ, ପରମେଶ୍ବର ନାଏକ ପିତା କାହାଳି ନାଏକ, ନିବାସନ ନାଏକ ପିତା ମଙ୍ଗନିଆ ନାଏକ, ପଲୁସା ମାଝୀ ପିତା ବନକ ମାଝୀ, କାମେଶ୍ୱର ନାଏକ ପିତା ସିଗମା ନାଏକ, ଗୁବିନା ନାଏକ ସ୍ୱାମୀ ମଧୁ ନାଏକ, ବୁଢା ପାତ୍ର ପିତା ଲୋକନାଥ ପାତ୍ର, କସ୍ତୁରୀ ମାଝୀ ସ୍ୱାମୀ ଲବରାମ ନାଏକ, କଳାବତୀ ପାତ୍ର ସ୍ୱାମୀ ଜମାଦାର ପାତ୍ର ସମେତ ୯ ଜଣ ହିତାଧିକାରୀଙ୍କ ନାମରେ ମିଥ୍ୟା ପାଇଖାନା ନିର୍ମାଣ ହୋଇ କାଗଜ କଲମରେ ବିଲ ଉଠାଣ ହୋଇଛି ।

ଏହି ୯ ଜଣଙ୍କର ୧ ଲକ୍ଷ ୮ ହଜାର ଟଙ୍କା ଠିକା ସଂସ୍ଥାର ଠିକାଦାର ନଇମ ଶେଖଙ୍କ ଆକାଉଣ୍ଟ ନମ୍ବର ୩୫୦୮୯୪୪୨୧୩୧ ରେ ଜମା କରାଯାଇଛି । ମଦନପୁର ରାମପୁର ବିଡ଼ିଓଙ୍କ ନିର୍ଦ୍ଦେଶ କ୍ରମେ ଏହି ୯ ଜଣ ହିତାଧିକାରୀଙ୍କ ୧୨ ହଜାର ଟଙ୍କା ଲେଖାଏଁ ଜମା କରାଯାଇଛି । ଏହି ବିଲ ରେ ପଞ୍ଚାୟତ ଅଧିକାରୀ , ନିର୍ବାଚିତ ପଞ୍ଚାୟତ ପ୍ରତିନିଧି , ବ୍ଲକ ସଂଯୋଜକ ଏବଂ କନିଷ୍ଠଯନ୍ତ୍ରୀଙ୍କ ଫିଜିକାଲ ଭେରୀଫିକେସନ ପରେ ଠିକାଦାର ଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଟଙ୍କା ଜମା କରାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଠିକାଦାର ମାନେ ମିଥ୍ୟା ବିଲ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଛନ୍ତି । ବର୍ତ୍ତମାନ ଠିକାଦାର ରାମପୁର ଗ୍ରାମରେ ଭୁତ ପାଇଖାନା ତିଆରି କରି ବ୍ୟାପକ ଦୁର୍ନୀତି କରିଥିବା ସଙ୍ଗିନ ଅଭିଯୋଗ ହୋଇଛି । ବିଡ଼ିଓଙ୍କ ଠାରୁ କନିଷ୍ଠଯନ୍ତ୍ରୀ ପର୍ଯ୍ୟନ୍ତ ମଧୁଚନ୍ଦ୍ରିକା ରେ ଖୁଲମଖୁଲା ଭୁତ ପାଇଖାନା ନିର୍ମାଣ ଚାଲିଛି । ଏହି ୯ ଟି ହିତାଧିକାରୀଙ୍କ ନାମରେ ରାମପୁର ସହରରେ କେହି ନ ଥିବା ଗ୍ରାଉଣ୍ଟ ଜିରୋ ରିପୋର୍ଟ ରୁ ଜଣାପଡିଛି ।

ଏହି ୯ ଜଣଙ୍କ ନାମରେ ବାସ୍ତବରେ କୌଣସି ହିତାଧିକାରୀ ନ ଥିବା ବେଳେ କିଭଳି ହିତାଧିକାରୀଙ୍କ କାଗଜପତ୍ର ଓ ଜିଓଟ୍ୟାଗ ଅପଲୋଡ଼ ହେଲା ତାହା ଏବେ ତଦନ୍ତ ସାପେକ୍ଷ ଅଟେ । ଖୋଦ ମଦନପୁର ରାମପୁର ବ୍ଲକ ମହକୁମାର ପଞ୍ଚାୟତ ରେ ଏଭଳି ଦୁର୍ନୀତି ପଦାକୁ ଆସିବା ଘଟଣା ବ୍ଲକ ପ୍ରଶାସନର ସ୍ଵଛତା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ ହୋଇଛି । ବ୍ଲକ ମହକୁମା ରେ ଏଭଳି ଦୁର୍ନୀତି ଚାଲିଥିବା ବେଳେ ଦୁର୍ଗମ ଅଞ୍ଚଳରେ ଏହି ଦୁର୍ନୀତି ର ଚେର କିଭଳି ଲମ୍ବିଥିବ ଏହା ଭାତ ହାଣ୍ଡିରୁ ଗୋଟିଏ ଅଟେ । ଟାର୍ଗେଟ ପୁରଣ ପାଇଁ ଠିକାଦାର ମାନଙ୍କ ସହିତ ମିଶି ଭୁତ ପାଇଖାନ ତିଆରି କରି ହାତ ଚିକ୍ଣଣ କରୁଥିବା ଅଧିକାରୀ ଙ୍କ ଠାରୁ କର୍ମଚାରୀ ଙ୍କ ବିରୋଧରେ ଏକ ଭିଜିଲାନ୍ସ ସ୍ତରୀୟ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣ ରେ ଦାବୀ ହୋଇଛି । କିଛି ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ନିଜ ନାମକୁ ଗୋପନ ରଖି ଏଭଳି କୌଣସି ହିତାଧିକାରୀ ରାମପୁର ସହରରେ ନ ଥିବା ପ୍ରକାଶ କରିଛନ୍ତି । ଏ ନେଇ କନିଷ୍ଠଯନ୍ତ୍ରୀ ପ୍ରଦୀପ କୁମାର ରାଏଙ୍କୁ ପଚାରିବାରୁ ହିତାଧିକାରୀ ପାଇଖାନା ନିର୍ମାଣ କରି ଟଙ୍କା ଉଠାଇଛନ୍ତି । କୌଣସି ମିଥ୍ୟାବିଲ ହୋଇନଥିବା ସଫେଇ ଦେଇଛନ୍ତି ।

ସମ୍ବନ୍ଧିତ ଖବର