ସମ୍ବଲପୁର : ସମ୍ବଲପୁର ଗଙ୍ଗାଧର ମେହେର କନିଷ୍ଠ କଲେଜରେ ବିନା ବିକଳ୍ପରେ ଏକା ସାଙ୍ଗେ ୮ ଅଧ୍ୟାପକଙ୍କ ବଦଳି ହୋଇଥିବାରୁ ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଶହ-ଶହ ଛାତ୍ରଛାତ୍ରୀ। ତିନିଦିନ ହେବ ଅଧ୍ୟାପକ ବଦଳି ପ୍ରତିବାଦ ପାଇଁ ଜିଏମ୍ କନିଷ୍ଠ ମହାବିଦ୍ୟାଳୟ ଅଶାନ୍ତ ହୋଇପଡ଼ିଛି। ମହାବିଦ୍ୟାଳୟ ପରିସରରେ ଅନ୍ଦୋଳନରତ ଶତାଧିକ ଛାତ୍ରଛାତ୍ରୀ ଓ ପୁଲିସ ମୁହାମୁହିଁ ହୋଇଛନ୍ତି। ତୀବ୍ର ଉତ୍ତେଜନାକୁ ଆୟତ୍ତକୁ ଆଣିବା ପାଇଁ ପୁଲିସ ମୃଦୁ ଲାଠିଚାଳନା କରିଥିଲା। ଏଥିରେ ଦୁଇ ଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।
ତେବେ ଚର୍ଚ୍ଚ ଛକରେ ଏହି ବିକ୍ଷୋଭ ପ୍ରର୍ଦଶନ ବେଳେ ଏକ ଆମ୍ବୁଲାନ୍ସ ୧୦ ମିନିଟ ଧରି ଫସି ରହିଥିଲା। ପୁଲିସ ଛାତ୍ରଛାତ୍ରୀଙ୍କୁ ବଝାସୁଝା କରି ଏଠାରୁ ଉଠାଇ ଦେବା ପରେ ସେମାନେ ଦେଢ କିଲୋମିଟର ଚାଲିଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଘେରାଉ କରିଥିଲେ। ଏଥିରେ ଛାତ୍ରଛାତ୍ରୀମାନଙ୍କ ସହ ପଶ୍ଚିମାଚଳ ଏକତା ମଂଚ ସଦସ୍ୟ, ରେଙ୍ଗାଲି ବିଧାୟକ ନାଉରି ନାଏକ ଓ ଶତାଧିକ ପୁଲିସ ରହିଥିଲେ।
/sambad/media/post_attachments/wp-content/uploads/2019/10/download-39-300x168.jpg)
ଉଲ୍ଳେଖଯୋଗ୍ୟ, ୪ ମାସ ପରେ +୨ ଦୁଇ ବାର୍ଷିକ ପରୀକ୍ଷା ଥିବା ବେଳେ ଜାନୁଆରି ମାସରେ ରହିଛି ପ୍ରାକ୍ଟିକାଲ ପରୀକ୍ଷା। ଏଭଳି ସ୍ଥିତିରେ ଏକାସାଙ୍ଗେ ୮ ଅଧ୍ୟାପକଙ୍କ ବଦଳି ହେଲେ ପାଠପଢ଼ା କିଭଳି ହେବ? ଏହି ପ୍ରଶ୍ନ କରି ପୂର୍ବାହ୍ନ ପ୍ରାୟ ଜିଏମ୍ କନିଷ୍ଠ କଲେଜର ଶହ-ଶହ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୂର୍ବରୁ କନିଷ୍ଠ କଲେଜରେ ୪୪ ପଦରେ ୩୫ ଅଧ୍ୟାପକ ଅଛନ୍ତି। ବର୍ତ୍ତମାନ ଆଉ ୮ ଅଧ୍ୟାପକଙ୍କ ବଦଳି ପରେ ଖାଲି ପଦ ସଂଖ୍ୟା ୧୭ରେ ପହଞ୍ଚିଥିବାରୁ ଛାତ୍ରଛାତ୍ରୀମାନେ ଗଭୀର ଉଦେ୍ଵଗ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/gm-college-1.jpg)