କରୋନାରେ ଆକ୍ରାନ୍ତ ହୋଇ ବିଜେପି ନେତା ଗଦାଧର ରାଏ ମୃତ

ବାରିପଦା:ବିଜେପି ନେତା ତଥା ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ରାଘବପୁର ପଞ୍ଚାୟତ ଶାତସଗଡ଼ିଆ ଗ୍ରାମର ଗଦାଧର ରାଏ କରୋନାରେ ଆକ୍ରାନ୍ତ ଥାଇ ବାଙ୍କିଶୋଳ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗଦାଧର ଥଣ୍ଡା, କାଶ ଓ ଜ୍ୱରରେ ପିଡ଼ିତ ହୋଇ ଚିକିତ୍ସା ନିମନ୍ତେ ବାରିପଦା ପିଆରଏମ ମେଡ଼ିକାଲରେ ଗତ ମେ ୧୭ରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର କୋଭିଡ଼-୧୯ ପରୀକ୍ଷା କରାଯିବା ପରେ ରିପୋର୍ଟ ପଜିଟିଭ ଆସିବାରି ପ୍ରଥମେ କୋଭିଡ଼ କେୟାର ସେଣ୍ଟରୁ ପଠାଇ ଦିଆଯାଇଥିଲା ।

ସେଠାରେ ତାଙ୍କ ଶରୀରରେ ଅକ୍ସିଜେନ ଲେବୁଲ ହ୍ରାସ ପାଇବା ସହ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଙ୍କିଶୋଳ କୋଭିଡ଼ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ଓ ବାଙ୍କିଶୋଳ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ କାଲି ରାତି ୧.୩୦ରେ ମୃତ୍ୟୁ ହୋଇଥିଲା । ଗଦାଧର ବିଜେପିର ରାସଗୋବିନ୍ଦପୁର ବ୍ଲକ ସଭାପତି ଭାବେ ୨୦୧୨ରୁ ୧୫ ପର୍ଯ୍ୟନ୍ତ ଏବଂ ୨୦୧୯ଠାରୁ ସାନମାଣିଦା ମଣ୍ଡଳ ସଭାପତି ଭାବେ କାର୍ଯ୍ୟ କରିଆସୁଥିଲେ ।

ଆଜି ତାଙ୍କର ପାର୍ଥିବ ଶରୀରକୁ ଦାରୋଗାଡ଼ାହି ଶ୍ମଶାନରେ ସ୍ତ୍ରୀ, ପୁଅ, ୨ ଝିଅ ଓ ଜ୍ୱାଇଁ, ଆତ୍ମୀୟ ସ୍ୱଜନମାନଙ୍କ ଉପସ୍ଥିତିରେ ଦାହ କରାଯାଇଥିବା ବେଳେ  ପୁଅ ଦେବାଶିଷ ରାଏ ମୁଖାଗ୍ନି ଦେଇଥିଲେ ।

ତାଙ୍କ ମୃତ୍ୟୁରେ ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ସାଂସଦ ବିଶ୍ୱେଶର ଟୁଡ଼ୁ, ପୂର୍ବତନ ଜିଲ୍ଲା ସଭାପତି ଡ଼ା କୃଷ୍ଣଚନ୍ଦ୍ର ମହାପାତ୍ର, ଉଦଳା ବିଧାୟକ ଭାସ୍କର ମଢ଼େଇ, ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ, ପୂର୍ବତନ ବିଧାୟକ ପୁରୁଷୋତ୍ତମ ନାଏକ, ସୁଗଦା ମୁର୍ମୁ, ନିହାର ରଞ୍ଜନ ମୋଦି, ପ୍ରମିଳା ପଣ୍ଡା, ସୁନୀଲ ଦାଶ, କବିବିଷ୍ଣୁ ଶତପଥୀ, , ପ୍ରଦୀପ କୁମାର ପରିଡ଼ା, ପରେଶ ମହାନ୍ତ, ପ୍ରବୀଣ ପାତ୍ର, ବିଜୟ ଦାସ, ଶୁଭାଶିଷ ମହାନ୍ତି, ପ୍ରବୀର କୁମାର ଘୋଷ, ସଚିନ୍ଦ୍ର ନାଥ ଗିରି, ନରୋତ୍ତମ ମହାନ୍ତ, ପୁରୁଷୋତ୍ତମ ଦେ, ସରୋଜିନୀ କିସ୍କୁ, ମିନତୀ ପାତ୍ର, ଦିଲ୍ଲୀପ ଦାସ, ପ୍ରଦୀପ ପାଲବାବୁ, ସୁକୁଲ ମୁର୍ମୁ, ନେତ୍ରାନନ୍ଦ ଦାସ, ପ୍ରମୋଦ ମହାନ୍ତ, ଲକ୍ଷ୍ମୀ ହାଁସଦାଃ, ସରୋଜ କୁମାର ଭୋଇ, ଦୀପକ କୁମାର ଘୋଷ, ଜିଲ୍ଲା ମିଡ଼ିଆ ସଂଯୋଜକ ଦୀନେଶ କୁମାର ଦାସ, କୁମାର ମଙ୍ଗଳମ୍‌, ବ୍ରଜମୋହନ ବେହେରା, ଶିରିଶ ଚନ୍ଦ୍ର ମହାନ୍ତ, ବଳରାମ ସାହୁ, କାଳି ଚରଣ ନାଏକ, ଦୀପକ କୁମାର ବେହେରା, କୌଶଲ୍ୟା ନାଏକ ପ୍ରମୁଖ ଗଭୀର ଶୋକ ବକ୍ତ କରିଛନ୍ତି ।

ସମ୍ବନ୍ଧିତ ଖବର