ସ୍ୱାଧୀନତା ସଂଗ୍ରାମୀଙ୍କ ଗଦାଧର ରାଉଳଙ୍କ ପରଲୋକ

ସିକୋ: ଖୋର୍ଦ୍ଧା ଜିଲ୍ଲାର ଅନ୍ୟତମ ସ୍ୱାଧୀନତା ସଂଗ୍ରାମୀ ଗଦାଧର ରାଉଳ (୯୧)ଙ୍କ ଆଜି ସଂଧ୍ୟାରେ ହୃଦ୍‌ଘାତରେ ପରଲୋକ ଘଟିଛି। ଗଦାଧର ରାଉଳ ବୃତ୍ତିରେ ଜଣେ ଫାର୍ମାସିଷ୍ଟ ଥିଲେ। କିନ୍ତୁ ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁଙ୍କ ପ୍ରେରଣାରେ ସେ କଂଗ୍ରେସରେ ଯୋଗ ଦେଇ ଦେଶର ସ୍ୱାଧୀନତା ସଂଗ୍ରାମରେ ଲଢ଼ିଥିଲେ। ପରବର୍ତ୍ତୀ ଜୀବନରେ ସେ ଗାଁରେ ବିଦ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ, ସମବାୟ ସମିତି ଆଦି ଖୋଲିବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା। ଜୀବନର ଶେଷ ମୁହୂର୍ତ୍ତ ଯାଏଁ ସେ ଅସହାୟ, ରୋଗୀ ଓ ଗରିବଙ୍କ ସେବା କରୁଥିଲେ। ତାଙ୍କର ଶେଷ ଶଯ୍ୟା ନିକଟରେ ତାଙ୍କ ତିନି ପୁଅ- ଅରବିନ୍ଦ, ପଦାରବନ୍ଦ, ତୀର୍ଥବାସୀ ରାୟ, ବୋହୂ, ନାତିନାତୁଣୀ, ନାତୁଣୀ ବୋହୂ, ଜ୍ୱାଇଁ ଉପସ୍ଥିତ ଥିଲେ।

ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଆଖପାଖର ଶତାଧିକ ଲୋକ ତାଙ୍କ ଶେଷ ଦର୍ଶନ କରିବାକୁ ଉପସ୍ଥିତ ହୋଇଥିଲେ। ମରଶରୀରକୁ ଗାଁରେ ପରିକ୍ରମା କରିବା ପରେ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରାଯାଇଥିଲା। ବଡ଼ପୁଅ ଅରବିନ୍ଦ ରାୟ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର