ଜୟପୁର: ଆଜାଦୀ କି ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ଭାରତ ସ୍ବାଧୀନତା ସଂଗ୍ରାମର ଅଜଣା ବୀରଙ୍କୁ ନେଇ Unsung Heroes of India’s freedom struggle ସାଇଟ୍ ପ୍ରସ୍ତୁତ କରିଛନ୍ତି। ଲୋକଲୋଚନର ଦୃଷ୍ଟି ଆଡ଼ୁଆଳରେ ରହିଯାଇଥିବା ସ୍ବାଧୀନତା ସଂଗ୍ରାମୀଙ୍କୁ ଏଥିରେ ସାମିଲ କରିବା ସହ ଜୀବନୀ ଦର୍ଶାଇଛନ୍ତି। ଏ ନେଇ କେନ୍ଦ୍ର ସଂସ୍କୃତି ବିଭାଗର ଏହି କ୍ରମରେ ନେତାଜୀ ସୁବାଷ ବୋଷଙ୍କ ଅଜାଦହିନ୍ଦ ଫୌଜରେ ସାମିଲ ରହିଥିବା ଜୟପୁର ସହରର ଦାଶସାହିର ସ୍ବର୍ଗତ ଗଦାଧର ମହାପାତ୍ରଙ୍କୁ ସାମିଲ କରାଯାଇଛି।

Advertisment

କୋରାପୁଟ ଜିଲା ଜୟପୁରର ଦାଶସାହିର ସ୍ବର୍ଗତ ଦାମୋଧର ମହାପାତ୍ରଙ୍କ ଘରେ ସ୍ବର୍ଗତ ଗଦାଧର ମହାପାତ୍ର ୫ ଜୁଲାଇ ୧୯୨୧ମସିହାରେ ଜନ୍ମ ହୋଇଥିଲେ। ପିଲା ବେଳରୁ ସୈନ୍ୟବାହିନୀରେ ସାମିଲ ହେବା ଇଛା ଥିବାରୁ ୧୯୪୦ମସିହାରେ ଗଦାଧର ଭାରତୀୟ ବ୍ରିଟିଶ ସେନାବାହିନୀରେ ଯୋଗଦେଇ କୋଲକତା ଯାଇଥିଲେ। ବେଙ୍ଗାଲୁରୁରେ ତାଲିମ ନେଇଥିଲେ। ମାଳୟ ପଠାଯିବା ସହ ଥାଇଲାଣ୍ଡ ସୀମାରେ ଜଗିବା ପାଇଁ ସ୍ବର୍ଗତ ମହାପାତ୍ରଙ୍କ ଦଳକୁ ଦାୟିତ୍ବ ଦିଆଯାଇଥିଲା। ସେଠାରେ ଜାପାନ ବିରୋରେ ଯୁଦ୍ଧ ଲଢ଼ିବା ସହ ଜାପାନ ସୈନ୍ୟଙ୍କ ହାତରେ ଗିରଫ ହୋଇଥିଲେ। ୧୯୪୨ମସିହାରେ କ୍ୟାପଟନ୍ ମୋହନ ସିଂ ମାତୃଭୂମିକୁ ବ୍ରିଟିଶ ସରକାରଙ୍କ ହାତରୁ ମୁକ୍ତ କରିବା ପାଇଁ ସ୍ବେଚ୍ଛାସେବୀ ବାହିନୀ ଗଠନ କରିଥିଲେ। ଜାପାନ ସରକାରଙ୍କ ସହ କ୍ୟାପଟେନ୍ ଶ୍ରୀସିଂ ସୁସଂପର୍କ ସ୍ଥାପନ କରି ସବୁ ବନ୍ଦୀ ଭାରତୀୟ ଯବାନମାନଙ୍କୁ ମୁକୁଳାଇଥିଲେ ଏବଂ ସେ ଗଠନ କରିଥିବା ସ୍ବେଚ୍ଛାସେବୀ ବାହିନୀରେ ର୍ସ୍ବଗତ ମହାପାତ୍ର ସାମିଲ କରି ଦେଶମାତୃକାର ସୁରକ୍ଷା ପାଇଁ ଲଢ଼େଇ ଆରମ୍ଭ କରିଥିଲେ। ଏହି କ୍ରମରେ ର୍ସ୍ବଗତ ମହାପାତ୍ର ନେତାଜୀ ସୁବାଷ ବୋଷଙ୍କ ସଂଷ୍ପର୍ଶରେ ଆସିବା ସହ ତାଙ୍କ ମାର୍ଗଦର୍ଶନ ଓ ମାର ବ ମର ସ୍ଲୋଗାନକୁ ନେଇ ସେ ଆଜାଦ ହିନ୍ଦ ପୌଜରେ ସାମିଲ ହୋଇଥିଲେ। ବ୍ରୀଟିଶ ସରକାରଙ୍କ ସହ ଲଢ଼ି ୧୯୪୫ମସିହାରେ ସେ ଯୁଦ୍ଧବନ୍ଦୀ ଭାବେ ରେଙ୍ଗୁନ ସେଣ୍ଟ୍ରାଲ ଜେଲରେ ରହିଥିଲେ। ସେଠାରୁ ତାଙ୍କୁ ଜିଗରଗାଜା ଜେଲକୁ ଅଣାଯାଇଥିଲା ଯେଉଁଠାରେ ତାଙ୍କ ବିବୃତ୍ତି ରେକର୍ଡ କରାଯାଇଥିଲା। ଏହା ପରେ ତାଙ୍କୁ ସୁଲତାନ ଜେଲକୁ ନିଆଯାଇଥିଲା ଯେଉଁଠାରେ ତାଙ୍କୁ ଆଠ ମାସ ପର୍ଯ୍ୟନ୍ତ ରଖାଯାଇଥିଲା। ତାଙ୍କୁ ୨୩ ଫେବ୍ରୁଆରି ୧୯୪୬ ରେ ମୁକ୍ତ କରାଯାଇଥିଲା।

ର୍ସ୍ବଗତ ମହାପାତ୍ର କିଭଳି ନେତାଜୀଙ୍କ ସହ ମିଶି ଶେଷ ଯୁଦ୍ଧରେ ସାମିଲ ହୋଇ ନିଜେ ଗୋଟିଏ ଗୃପର କମାଣ୍ଡର ହୋଇ ଯୁଦ୍ଧ ଲଢ଼ିଥିଲେ ତାହାକୁ ସେ ଏକ ପାଣ୍ଡୁଲିଫିରେ ଲେଖିଛନ୍ତି। ଏହି ସ୍ବାଧୀନତା ସଂଗ୍ରାମୀ ଅଜଣା ବୀରଙ୍କୁ କେନ୍ଦ୍ର ସଂସ୍କୃତି ବିଭାଗ ସାମିଲ କରି ବିଶ୍ବସ୍ତରରେ ପରିଚୟ କରାଇଥିବାରୁ ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଇଛି। ଏଭଳି ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନୀ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରାଯିବାର ଆବଶ୍ୟକତା ନିହାତି ରୁପେ ରହିଥିବା ବହୁ ବୁଦ୍ଧିଜୀବୀମାନେ କହିଛନ୍ତି।