କରୋନାରେ ପ୍ରାଣ ହରାଇଥିବା ଏଡିଏମଙ୍କର ରାଷ୍ଟ୍ରୀୟ ସମ୍ମାନ ସହ ହେଲା ଶେଷକୃତ୍ୟ

ଭାବ ବିହ୍ୱଳ ହେଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦାୟିତ୍ୱରେ ଥିବା ବରିଷ୍ଠ ଓଏଏସ ଅଧିକାରୀ କରୁଣାକରଙ୍କ ରାଇକାଙ୍କ ଦେହାନ୍ତ ପରେ ଆଜି ତାଙ୍କର ରାଷ୍ଟ୍ରୀୟ ସମ୍ମାନର ସହ ଶେଷକୃତ ସମ୍ପନ୍ନ କରାଯାଇଛି । ଗତକାଲି ତାଙ୍କର ଦେହାନ୍ତ ପରେ ଆଜି ତାଙ୍କର କୋଭିଡ-୧୯ ରିପୋର୍ଟ ପଜିଟଭ ଆସିଥିଲା । ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନା ଏଫଏମଟି ବିଭାଗ ପରିସରରେ ଗାର୍ଡ ଅଫ ଅର୍ନର ଦିଆଯାଇଥିଲା । ଏହା ପରେ ଶେଷକୃତ୍ୟ ପାଇଁ ଶବଧାରକୁ ବିଜିପୁରସ୍ଥିତ କବରଖାନାକୁ ନିଆଯାଇଥିଲା । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ଦକ୍ଷିଣାଂଚଳ ଆରଡିସି ଏ.ଓ.ଆଓ, ଗଜପତି ଜିଲ୍ଲାପାଳ ଅନୁପାମ ଶାହା, ଗଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଗଂଜାମର ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡାର ପିଡ଼ି ସୁଦାମ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁରେ ଗଂଜାମ ଜିଲ୍ଲାପାଳ ଗଭୀର ଶୋକ ପ୍ରକାଶ କରିବା ସହିତ ଟୁଇଟ କରିଛନ୍ତି ।

ଅଳ୍ପକିଛି ଦିନ ତଳେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦାୟିତ୍ୱରେ ଯୋଗଦେଇଥିବା ବରିଷ୍ଠ ଓ.ଏ.ଏସ ଅଧିକାରୀ କରୁଣାକର ରାଇକାଙ୍କର ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ହସ୍ପିଟାଲରେ ଗତକାଲି ଦେହାନ୍ତ ହୋଇଥିଲା। ମୃତ୍ୟୁପରେ କରୁଣାକର ରାଇକାଙ୍କ ଅନ୍ତିମ ସଂସ୍କାରରେ ଆରଡିସି, ଗଞ୍ଜାମ ଜିଲ୍ଲାପାଳ ଅନୁପମ ଶାହା, ବ୍ରହ୍ମପୁର ଏସ୍‌ପି, ବ୍ରହ୍ମପୁରର ଉପଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। କରୁଣାକର ରାଇକାଙ୍କ ସ୍ୱାବ ପରୀକ୍ଷା ହେବାକୁ ଯାଇଥିଲା। ଦେହାନ୍ତ ପରେ ତାଙ୍କ କରୋନା ପଜିଟିଭ୍‌ ଥିବା ଆଜି ଜଣାପଡ଼ିଛି। ତେବେ ତାଙ୍କ ସଂସ୍ପର୍ଶରେ ଓ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ଥିବା ଲୋକମାନଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ସ୍ଥାନୀୟ କୋଭିଡ ଡାକ୍ତରଖାନାର ଦାୟିତ୍ୱ ଗ୍ରହଣ କରିଥିବା କରୁଣାକର ରାଇକା କିଛିଦିନ ପୂର୍ବେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ତାଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ବ୍ରହ୍ମପୁରରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଗତକାଲି ସକାଳ ୫ଟାରେ ତାଙ୍କର ପରଲୋକ ଘଟିଥିଲା।

ସମ୍ବନ୍ଧିତ ଖବର