ବିଜୟ ମହାପାତ୍ରଙ୍କ ମନ୍ତବ୍ୟ ପରେ ଗଜପତି ମହାରାଜଙ୍କ କାର୍ଯ୍ୟାଳୟ ଦେଲା ପ୍ରତିକ୍ରିୟା : ସରକାର ମନ୍ଦିର ଦାୟିତ୍ୱ ନେବା ପରେ ଗଜପତିଙ୍କର କୌଣସି ପରିଚାଳନାଗତ ଅଧିକାର ନାହିଁ

ପୁରୀ: ଶ୍ରୀମନ୍ଦିରରେ ନୀତିକାନ୍ତିରେ ହୋଇଥିବା ବିଭ୍ରାଟ ନେଇ ପୁରୀ ଗଜପତିଙ୍କୁ ବରିଷ୍ଠ ନେତା ବିଜୟ ମହାପାତ୍ର ପରୋକ୍ଷରେ ଦୋଷାରୋପ କରି କହିଥିଲେ ଯେ ମହାରାଜ ଶସ୍ତା ବିବୃତି ଦେଇ ଖସିଯିବା ଉଚିତ ନୁହେଁ, ସେ ପରିଚାଳନା କମିଟିର ଅଧ୍ୟକ୍ଷ ଓ ଜଗନ୍ନାଥଙ୍କ ଆଦ୍ୟ ସେବକ, ତେଣୁ ତାଙ୍କର ମଧ୍ୟ ଦାୟିତ୍ୱ ଅଛି। ବିଜୟ ମହାପାତ୍ରଙ୍କ ଏହି ମନ୍ତବ୍ୟ ପରେ ଗଜପତି ମହାରାଜଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।

ପ୍ରତିକ୍ରିୟାରେ କୁହାଯାଇଛି କି ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବେ ଗଜପତି କେବଳ ତାଙ୍କ ଲାଗି ଉଦ୍ଦିଷ୍ଟ ସେବାରେ ଅଂଶଗ୍ରହଣ କରନ୍ତି। ୧୯୬୦ରେ ସରକାର ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ନେବା ପରେ ଗଜପତିଙ୍କର ଏ ମାମଲାରେ ନା କୌଣସି ଅଧିକାର ନା ଦାୟିତ୍ୱ ରହିଛି। ବାସ୍ତବ ସ୍ଥିତି ନେଇ ଗଜପତି ମହାରାଜା ବହୁବାର ସ୍ପଷ୍ଟୀକରଣ ଦେଇସାରିଛନ୍ତି, ଏହା ସତ୍ତ୍ୱେ ଏଭଳି ଭ୍ରାନ୍ତ ଧାରଣା ଉପୁଜିବା ଅନୁଚିତ । ଶ୍ରୀମନ୍ଦିରର ଦୈନନ୍ଦିନ ପ୍ରଶାସନିକ ଦାୟିତ୍ୱ ମୁଖ୍ୟପ୍ରଶାସକଙ୍କ ଉପରେ ପୂର୍ଣ୍ଣ ଭାବେ ନ୍ୟସ୍ତ। ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ଗଜପତିଙ୍କ ଦାୟିତ୍ୱ ବୈଠକରେ ଅଧ୍ୟକ୍ଷତା କରିବା, ପରିଚାଳନା ନେଇ ତାଙ୍କର ଅଧିକାର କି ଦାୟିତ୍ୱ ନାହଁ।

ସେହିପରିଗଜପତି ମହାରାଜଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି କି, ୧୯୬୦ରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଲାଗୁ ହେବା ପରେ ସରକାର ପରିଚାଳନା ଦାୟିତ୍ୱ ସମ୍ପୂର୍ଣ୍ଣ ହାତକୁ ନେଲେ, ସେବେଠାରୁ ଶ୍ରୀମନ୍ଦିରର ପ୍ରଶାସନିକ ଦାୟିତ୍ୱ ଗଜପତି ବହନ କରୁନାହାନ୍ତି।

ସମ୍ବନ୍ଧିତ ଖବର