ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସନ୍ତୋଷୀ ମା ଫିଲିଙ୍ଗ ଷ୍ଟେସନ ନିକଟରେ ଥିବା ଏସ ବି ଆଇ ଏଟିଏମରୁ ଲୁଟ୍ ଉଦ୍ୟମ ବେଳେ ୩ଜଣ ଧରାପଡ଼ିଥିବାର ଖବର ମିଳିଛି। ପାରଳାଖେମୁଣ୍ଡି ପୁଲିସ ଦ୍ବାରା ୩ ଜଣଙ୍କୁ ଅଟକ ରଖାଯାଇଛି।
ସେମାନେ ଏଟିଏମ ଭାଙ୍ଗି ଟଙ୍କା ବାହାର କରୁଥିଲେ। ଖବର ପାଇ ପାଟ୍ରୋଲିଂ କରୁଥିବା ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାରୁ ଚମ୍ପଟ ମାରିବାକୁ ଚେଷ୍ଠା କରିଥିଲେ ଲୁଟେରା। ଅନ୍ଧାର ରାତିରେ ପୁଲିସ ସେମାନଙ୍କୁ ଧରିବା ସହ ପଚରାଉଚରା କରୁଥିବାର ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/ec30e50c-1340-427d-9526-51530d0bff0d.jpg)