ପାରଳାଖେମୁଣ୍ଡି : ମଦ ଚଢ଼ଉ ବେଳେ ପୁଲିସକୁ ସ˚ଘବଦ୍ଧ ଆକ୍ରମଣ, ୨ ମହିଳାଙ୍କ ସମେତ ୧୩ ଗିରଫ

ପାରଳାଖେମୁଣ୍ଡି : ମଦ ଚଢ଼ଉରେ ଯାଇଥିବା ଗଜପତି ଜିଲ୍ଲା ଅଡ଼ବା ଥାନା ପୁଲିସ ଉପରେ ବିଳମ୍ବିତ ରାତିରେ ସ˚ଘବଦ୍ଧ ଆକ୍ରମଣ ଘଟଣାରେ ୨ ମହିଳାଙ୍କ ସମେତ ୧୩ ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ମଧୢରେ କାହ୍ନୁ ନାୟକ, ସନୋଜ ନାୟକ, ବିଶ୍ବ ନାୟକ, ସର୍କିଲ ନାୟକ, କୁସମୀ ନାୟକ, ନେନା ନାୟକ, କୂଳକାନ୍ତ ନାୟକ, ଅମର ନାୟକ, ରାଷ୍ଟ୍ରପତି ନାୟକ, ରାଜୀବ ନାୟକ, ପ୍ରମୋଦ ନାୟକ, ରଶ୍ମିତା ନାୟକ, ଅଶୋକ ନାୟକ ରହିଛନ୍ତି। ଗିରଫ ବ୍ୟକ୍ତି ସମସ୍ତେ ବିରିକୋଟ ଗ୍ରାମର ଖ୍ରୀଷ୍ଟିୟାନ ସାହିର ବୋଲି ଜଣାପଡ଼ିଛି। ଏହାସହ ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର ମଧୢ ଜବତ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ଫେରାର ଥିବା ଥାନା ଅଧିକାରୀ ଆଲୋକ ର˚ଜନ ଜଗଦଲା ସୂଚନା ଦେଇଛନ୍ତି।

ମିଳିଥିବା ତଥ୍ୟ ଅନୁଯାୟୀ, ୧୪ ତାରିଖ ବିଳମ୍ବିତ ରାତିରେ ବିରିକୋଟ ଗ୍ରାମର ପୋଲ ନିକଟରେ ଚୋରା ଦେଶୀ ମଦ କାରବାର ହେଉଥିବା ପୁଲିସ ଖବର ପାଇ ଚଢଉ କରିଥିଲା। ଏହି ସମୟରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସେଠାରେ ଉପସ୍ଥିତ ଥିବା ୮ ଜଣ ବ୍ୟକ୍ତି ବାରଣ କରିଥିଲେ। ଫଳରେ ଉଭୟଙ୍କ ମଧୢରେ ବଚସା ହୋଇ ପାଟିତୁଣ୍ଡ ହେବାରୁ ନିକଟସ୍ଥ ଗ୍ରାମରୁ ପ୍ରାୟ ୬୦/୭୦ ଜଣ ଆସି ସ˚ଘବଦ୍ଧ ହୋଇ ପୁଲିସ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଏଏସ୍‌ଆଇ ଚନ୍ଦନ କୁମାର ଦାଶ ଓ କନଷ୍ଟେବଳ ଦାଶରଥୀ ଶବର ଗୁରୁତର ଆହତ ହୋଇଥିଲେ। ଏପରିକି ଅଭିଯୁକ୍ତମାନେ ପୁଲିସ ଜିପ୍‌କୁ ମଧୢ ଭା˚ଗି ଦେଇଥିଲେ। ଏନେଇ ପୁଲିସ ପକ୍ଷରୁ ୭୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ବର୍ତ୍ତମାନ ୧୩ ଜଣଙ୍କୁ ଗିରଫ କରି କୋର୍ଟକୁ ଚାଲଣ କରାଯାଇଛି। ସେହିପରି ପୁଲିସ ଅନ୍ୟ ଏକ ଦେଶୀମଦ ଭାଟିରେ ଚଢଉ କରି ୪ ଜଣଙ୍କୁ ଗିରଫ କରିବା ସହ ୧୪୦ ଲିଟର ମଦ ଜବତ କରିଛି। ଗିରଫ ମଧୢରେ ପ୍ରଭାକର ସି˚, ଥୋମାସ ନାୟକ, ଏନ ବସ୍ତରାୟ, ଡ଼ିବିଏସ ପାଣି ପ୍ରମୁଖ ରହିଥିବା ଏଏସ୍‌ଆଇ ଉତ୍କଳ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର