ମୋହନା/ରୟଗଡ଼ : ଗଜପତି ଜିଲ୍ଲାରେ ଆଜି ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୋହନା ବ୍ଲକ୍ ଚୁଡ଼ଙ୍ଗପୁର ପଞ୍ଚାୟତ ଅଧୀନ ରଥଦାଣ୍ଡ ଗ୍ରାମର ବେର୍ନିକା ରଇତ(୨୮)ଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି। ସେ ଆଜି ଅପରାହ୍ଣ ୨ଟା ସମୟରେ ପରିବାର ସହ କାଜୁ ସଂଗ୍ରହ କରିବା ପାଇଁ ଯାଇଥିଲେ। ଏ ସମୟରେ କାଳବୈଶାଖୀ ବର୍ଷା ପବନ ଆରମ୍ଭ ହେବା ସହ ବଜ୍ରାପାତ ହୋଇଥିଲା। ବଜ୍ରାଘାତରେ ବେର୍ନିକା ଗୁରୁତର ହୋଇଥିଲେ। ତାଙ୍କ ସ୍ବାମୀ ଦୁତିଆ ରଇତ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଘରକୁ ଏକ ଖଟିଆରେ ନେଇ ଆସୁଥିଲେ। ହେଲେ ଅଧା ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକଙ୍କ ପକ୍ଷରୁ ସରକାରୀ ସହାୟତା ଦାବି ହୋଇଛି ।
ସେହିପରି ରାୟଗଡ଼ ବ୍ଲକ୍ ଅଧୀନ କରଡ଼ାସିଂ ଗ୍ରାମର ପ୍ରକାଶ ରାଗସ୍(୨୫)ଙ୍କ ମଧ୍ୟ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେ ଆଜି ସନ୍ଧ୍ୟାରେ ଘର ବାରିପଟକୁ ଶୌଚ କରିବାକୁ ଯାଇଥିଲେ। ଏହି ସମୟରେ ବଜ୍ରାଘାତର ଶିକାର ହୋଇ ପ୍ରାଣ ହରାଇଥିଲେ। ଖବର ପାଇ ସ୍ଥାନୀୟ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/lighting.jpg)