ପାରଳାଖେମୁଣ୍ଡି: ବେଆଇନ ଭାବେ ବିନା କାଗଜ ପତ୍ରରେ ଗଚ୍ଛିତ ରଖିଥିବା ବିପୁଳ ପରିମାଣର ଗୁଟଖାକୁ ସ୍ଥାନୀୟ ପୁଲିସ ଜବତ କରିଛି। ଏ ସଂକ୍ରାନ୍ତରେ ପାରଳା ବଜାର ଅଞ୍ଚଳରେ ଥିବା ଲକ୍ଷ୍ମୀ ଜେନେରାଲ ଷ୍ଟୋରର ମାଲିକ ଏମ୍ ଶ୍ରୀନିବାସ ରାଓଙ୍କୁ ଗିରଫ କରାଯାଇଛି।
ଏସଡ଼ିପିଓ ଠାକୁର ପ୍ରସାଦ ପାତ୍ର କହିଛନ୍ତି ଯେ ବେଆଇନ ଭାବେ ଶ୍ରୀନିବାସ ବସଷ୍ଟାଣ୍ଡ ନିକଟସ୍ଥ ବଜାର ଅଞ୍ଚଳର ଏକ ଦୋକାନରେ ଗୁଟଖା କାରବାର କରୁଥିଲେ। ଏ ସମ୍ପର୍କରେ ଖବର ପାଇ ଆଇଆଇସି ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ବରେ ଚଢାଉ କରାଯାଇଥିଲା। ବିପୁଳ ପରିମାଣର ଗୁଟଖା ଜବତ କରାଯାଇଛି ଯାହାର ଆନୁମାନିକ ମୁଲ୍ୟ ୨ ଲକ୍ଷରୁ ଅଧିକ ହେବ। ସେ ଅନେକ ଦିନ ଧରି ଏଭଳି ବେଆଇନ ବ୍ୟବସାୟ କରିଆସୁଥିଲେ ବୋଲି ଜଣାପଡ଼ିଛି।
୨ ଲକ୍ଷର ଗୁଟଖା ଜବତ, ବ୍ୟବସାୟୀ ଗିରଫ
/sambad/media/post_attachments/wp-content/uploads/2019/03/arrest-generic_-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)