ଦିଗପହଣ୍ଡି: କଇଠଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବୋତଲ ପାଣି ବୋଲି ଡିଜେଲ୍ ପିଇ ୫ ବର୍ଷର ଶିଶୁ ଜି. ଅମିତ କୁମାର ରେଡ୍ଡିଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଶେରଗଡ଼ ଥାନା ରାମକୃଷ୍ଣପୁର ଶାସନ କାଳିଆଘାଇ ଗ୍ରାମର କେ. ସିମାଞ୍ଚଳ ରେଡ୍ଡିଙ୍କ କନ୍ୟା କେ. ରୁବିନା ରେଡ୍ଡି ପ୍ରସବ ପାଇଁ ବାପ ଘରକୁ ଆସିଥିଲେ। ପୁଅ ଅମିତ୍ ଆଇଙ୍କ ସହ କଇଠଡ଼ା ଗ୍ରାମ ମଉସା ଏସ୍. ରମେଶ ରେଡ୍ଡିଙ୍କ ଘରକୁ ବୁଲି ଆସିଥିଲେ। ରମେଶଙ୍କ ଘର କାମ ଚାଲିଥିବା ବେଳେ ଘରେ ଥଣ୍ଡା ପାନୀୟ ବୋତଲରେ ଡିଜେଲ୍ ରଖିଥିଲେ। ଅମିତ୍ ସକାଳ ୭ଟାରେ ଖେଳୁଥିବା ବେଳେ ବୋତଲରେ ପାଣି ଥିବା ଭାବି ଡିଜେଲ୍ ପିଇ ଦେଇଥିଲା। ଗୁରୁତର ଅମିତଙ୍କୁ ଦିଗପହଣ୍ଡି ପରେ ବ୍ରହ୍ମପୁର ବଡ଼ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ରାତି ପ୍ରାୟ ୧୨ଟାରେ ଚିକିତ୍ସାଧିନ ଅବସ୍ଥାରେ ଅମିତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବୈଦ୍ୟନାଥପୁର ଥାନା କେସ୍ ନଂ. ୪୫୯/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାରକୁ ହସ୍ତାନ୍ତର କରିଛି।
ପାଣି ଭାବି ଡିଜେଲ୍ ପିଇ ୫ ବର୍ଷର ଶିଶୁ ମୃତ
/sambad/media/post_attachments/wp-content/uploads/2018/09/Suicide-Drinking-Poison-300x150.jpg)