ଦିଗପହଣ୍ତି, ଆଗାମି ନିର୍ବାଚନକୁ ଦୃଷ୍ଟିରେ ରଖି ଦଗପହଣ୍ତି ଅବକାରୀ ବିଭାଗ ତରଫରୁ ବିଭିନ୍ନ ଅଂଚଳରେ ଚଢ଼ାଉ ଜାରି ରଖିଛନ୍ତି। ଦିଗପହଣ୍ତି ବ୍ଳକ୍ କେ.ନୂଆଗାଁ ଥାନା ଅନ୍ତର୍ଗତ ସିନ୍ଧବା ଗାଁ ଓ ପାଟପୁର ଥାନା ଅନ୍ତର୍ଗତ ବିଛାପଟ୍ଟା ଗ୍ରାମରେ ଅବକାରୀ ବିଭାଗ ତରଫରୁ ଗୁରୁବାର ରାତି ୮ରେ ଅତର୍କିତ ଚଢାଉ କରି ଦୁଇ ଗ୍ରାମରୁ ୬୦ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଥିଲେ। ଚଢ଼ାଉ ପୂର୍ବରୁ ଖବର ପାଇ ଅଭିଯୁକ୍ତ ମାନେ ଫେରାର୍ ହୋଇଯାଇଥିଲେ। ଚଢ଼ାଉରେ ଦିଗପହଣ୍ତି ଅବକାରୀ ବିଭାଗର ଓଆଇସି ଅଭିରାମ ସାହୁ, ଏଏସ୍ଆଇ ରବିନ୍ଦ୍ର ନାଥ ପାଢୀ, ଡମ୍ବୁରୁ ପ୍ରସାଦ ବେହେରା, ଅଜୟ କୁମାର ସାହୁ ପ୍ରମୁଖ ସାମିଲ ଥିଲେ।
୬୦ ଲିଟର ଦେଶୀ ମଦ ଜବତ
/sambad/media/post_attachments/wp-content/uploads/2019/03/red-wine-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)