ଯାତ୍ରୀବାହୀ ଅଟୋ ଓଲଟି ୭ ଗୁରୁତର

ମୋହନା: ଯାତ୍ରୀବାହୀ ଅଟୋ ଓଲଟି ୭ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୪ ମହିଳା ଓ ୩ ପୁରୁଷ ଯାତ୍ରୀ ଅଛନ୍ତି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଲିଲିଗଦ ଲେଡବନ୍ଧ ଘାଟିରେ। ସମସ୍ତ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଅଟୋଟି ଲୁହାଗୁଡ଼ିରୁ ମୋହନା ଆସୁଥିବା ବେଳେ ଲେଡବନ୍ଧ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଅଟୋଟିର ପଛ ଚକl ଫାଟିଯିବା ଯୋଗୁଁ ଓଲଟି ପଡ଼ିଥିବା ଜଣାପଡିଛି। ମୋହନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏନେଇ ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର