କାଶୀନଗର: କାଶୀନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ହାଡୁଭାଙ୍ଗି ପଞ୍ଚାୟତର ୪୦ ଓ ସିଦ୍ଧାମଡ଼ଙ୍ଗ ପଞ୍ଚାୟତର ୪୩ ଏଭଳି ସମୁଦାୟ ୮୩ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି। କାଶୀନଗର ବ୍ଲକ ସାମାଜିକ ସହାୟକ ଅଧିକାରୀ ଆନନ୍ଦ ରାଓ ଗାଣ୍ଟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମିତି ଅଧ୍ୟକ୍ଷ ଚିତ୍ରି ସିମାଦ୍ରି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମୋଟ ୮୩ ଜଣ ହିତାଧିକାରୀଙ୍କ ତିନି ମାସର ବାଦ୍ଧ୍ୟର୍କ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଶୀନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଧିର କୁମାର ସିଂ, ସରପଞ୍ଚ ଓ୍ଵାଇ.ଭେଙ୍କଟ ରାଓ, ୟୁରିୟିନି ରଇତ, ସରପଞ୍ଚଙ୍କ ସ୍ୱାମୀ ପି. ବାବୁରାଓ ପ୍ରମୁଖ ମଞ୍ଚାସୀନ ଥିଲେ।
୮୩ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ
/sambad/media/post_attachments/wp-content/uploads/2018/05/money-04.jpg)