ଘୁ.ଉଦୟଗିରି: ୧୯ ବର୍ଷ ପରେ ହତ୍ୟା ମାମଲାରେ ଜେଲ୍ରୁ ଫେରାର୍ ଜେଣ କଏଦୀକୁ ଘୁ.ଉଦୟଗିରି ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଜଣକ ହେଉଛି, କଳିଙ୍ଗା ଦୁଗୁଡ଼ିପାରିର କାଳିଆ ପ୍ରଧାନ (୪୭)। ୧୯୯୯ ମସିହାରେ କଳିଙ୍ଗା ଦୁଗୁଡ଼ିପାରିରେ ଗୁଣିଆ ସନ୍ଦେହରେ ଜଣଙ୍କୁ ଜୀଅନ୍ତା ପୋଡ଼ି ଦେଇ ହତ୍ୟା ମାମଲାରେ ୧୪ଜଣ ଗିରଫ ହୋଇଥିଲେ। ୨୦୦୪ ମସିହାରେ ସେମାନଙ୍କୁ ଦଣ୍ଡାଦେଶ ହୋଇଥିଲା। ୧୩ଜଣ ସଜା କାଟିସାରିଥିବା ବେଳେ କାଳିଆ ଫେରାର୍ ହୋଇଯାଇଥିଲା। ଏସ୍ଆଇ ଲକ୍ଷ୍ମଣ ସେଠୀ ତାକୁ ଗିରଫ କରିିବା ଜଣାପଡ଼ିଛି।
ଫେରାର କଏଦୀ ୧୯ ବର୍ଷ ପରେ ଗିରଫ
/sambad/media/post_attachments/wp-content/uploads/2018/09/tment-can-i-go-to-rehab-instead-of-jail-article-photo-hands-of-prisoner-8.jpg)