ମୋହନା: ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ପୁଲିସ ଓ ବନ ବିଭାଗ। ଗଜପତି ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶରେ ମୋହନା ବ୍ଲକ୍ ଅନ୍ତର୍ଗତ ସିକୁଳିପଦର ପଞ୍ଚାୟତ ଅଲଣ୍ଡା ଜଙ୍ଗଲରେ ମୋହନା ପୁଲିସ, ରାଜସ୍ବ ଓ ବନ ବିଭାଗ ମିଳିତ ଭାବେ ଚଢ଼ଉ କରି ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତି।
/sambad/media/post_attachments/wp-content/uploads/2024/01/db0bc785-f23f-465f-a42e-5fbf416566a7.jpeg)
୬୨ ଏକର ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମାମଲାରେ ଦୁଇଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/013fb2fd-d356-4980-85cb-77bfdf889dd4.jpeg)