ପାରଳାଖେମୁଣ୍ଡି : ଗଜପତିଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ  ବିଜୁ ଜନତା ଦଳର ପଦଯାତ୍ରା ଅଭିଯାନ ଆରମ୍ଭ ହୋଇଛି । ବିଧାୟକ ଇଂ ରୁପେଶ ପାଣିଗ୍ରାହୀଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୁଜନତା ଦଳର ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ସହ ଦଳର ବରିଷ୍ଠ ନେତା ଭୃଗୁବକ୍ସି ପାତ୍ର, ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ପାରଳା ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ, ସମସ୍ତ ବ୍ଲକ ଚେୟାରମ୍ୟାନ,  ଲୋକ ପ୍ରତିନିଧି ଓ ଶତାଧିକ କର୍ମୀ ଓ ଜନସାଧାରଣ ସ୍ଥାନୀୟ କଲେଜ ଛକ ଠାରୁ ବାହାରି ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ।

Advertisment

ନେତା ଓ କର୍ମକର୍ତ୍ତା ପଥପ୍ରାନ୍ତ ଶୋଭାଯାତ୍ରା ମାଧ୍ୟମରେ ବିଜେପି ସରକାରଙ୍କ ବିରୋଧରେ ବର୍ଷିଥିଲେ  । ରାଜ୍ୟରେ ବିକାଶ ନାଁରେ ବିନାଶ ହେଉଥିବା ବିଜେଡି କର୍ମୀ ଅଭିଯୋଗ କରିଛନ୍ତି । ଅସୁରକ୍ଷିତ ନାରୀ ଏବଂ ଦୁର୍ନୀତି ବିଜେପି ସରକାର ସମୟରେ ବଢିଥିବା ବିଜେଡି ଦଳ ଅଭିଯୋଗ କରିଛି । ଜିଲ୍ଲା ସଭାପତିଙ୍କ ଆହ୍ବାନ କ୍ରମେ ଶହ ଶହ କର୍ମୀ ଏଥିରେ ସାମିଲ ହୋଇଥିଲେ ।

ହାଇଟେକ ପ୍ଲାଜା ପଡିଆରେ ବିଜେଡିର କର୍ମୀ ସମ୍ମିଳନୀରେ କେକ କାଟି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଉତ୍ସବ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା ।