ବାଇକ୍‌କୁ ଧକ୍କା ଦେଇ କାର୍‌ ଓଲଟିଲା:ଆଇ, ନାତି ଗୁରୁତର 

ଦିଗପହଣ୍ଡି: ଶୁକ୍ରବାର ଅପରାହ୍ଣ ୨ଟା ବେଳେ ଦିଗପହଣ୍ଡି ପେଟ୍ରୋଲ ପମ୍ପ ନିକଟ ସତ୍ୟନଗର ଠାରେ ଏକ କାର୍‌ ବାଇକ୍‌କୁ ଧକ୍କାଦେଇ ଓଲଟି ପଡ଼ିଥିଲା। ଫଳରେ କାର୍‌ରେ ଥିବା ଆଇ ଓ ନାତୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲ୍‌ ଭର୍ତ୍ତି କରାଯାଇଛି। ଗୁରୁତର ଦୁଇଜଣ ବ୍ରହ୍ମପୁର କମାପଲ୍ଲୀ ଅଚଂଳର କାର ଚାଳକ ଡି. ମୋହନ ରାଓଙ୍କ ମାଆ ଡି. ଗୌରୀ ରାଓ ଓ ଭଣଜା କେ. ସନ୍ନ କୁମାର। ପ୍ରକାଶ ଯେ, କାର ଚାଳକ ମୋହନ ନିଜ କାର (ଓଆର ୦୨ ବିଏସ୍ ୬୬୭୭) ଯୋଗେ ମାଆ ଓ ଭଣଜାକୁ ଧରି ସାନଖେମୁଣ୍ଡି ବ୍ଲକ୍‌ ଗୋଲା ଚୁଡଙ୍ଗପୁର ଗ୍ରାମକୁ ଯାଉଥିଲେ। ଏହି ସମୟରେ ଉକ୍ତ ରାସ୍ତାଦେଇ ଦିଗପହଣ୍ଡି ବ୍ଲକ ବି. ତୁରୁବୁଡି ଗ୍ରାମର କାଳୁଚରଣ ରେଡ୍ଡୀ ନିଜ ବାଇକ (ଓଡି୦୭ ୱଇ୫୪୩୪)ରେ ଦିଗପହଣ୍ଡି ଯାଉଥିଲେ। କାରଟି ଦ୍ରୁତ ଗତିରେ ଆସି ବାଇକ୍‌କୁ ଧକ୍କା ଦେଇ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଓଲଟି ପଡ଼ିଥିଲା। ବାଇକ୍‌ ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ କାର୍‌ରେ ଥିବା ମୋହନଙ୍କ ମାଆ ଓ ଭଣଜା ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଗ୍ରାମବାସୀ ଉଦ୍ଧାର କରି ଦିଗପହଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ରହିଥିବାରୁ ଉଭୟଙ୍କୁ ଡାକ୍ତର ପରାମର୍ଶ କ୍ରମେ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର