ପିଲା ଅପହରଣ, ମୁଣ୍ଡ ଖାଇବା ଏକ ଗୁଜବ: ଏସ୍‌ପି

ପାରଳାଖେମୁଣ୍ଡି: କିଛି ଦିନ ହେଲା ଗଜପତି ଜିଲ୍ଲାରେ ଏକ ଗୁଜବ ବ୍ୟାପିଛି । ବାହାର ରାଜ୍ୟରୁ କିଛି ଆତତାୟୀ ଆସି ଲୋକଙ୍କୁ ମାରି ଦେବା ଏବଂ ପିଲାଙ୍କୁ ଅପହରଣ କରି ନେଇ ମୁଣ୍ଡ କାଟି ଖାଉଥିବା ଗୁଜବରେ ଲୋକେ ଭୟଭୀତ ହୋଇ ପଡ଼ିଥିବା ଶୁଣିବାକୁ ମିଳିଛି । ଏହା ସମ୍ପୂର୍ଣ୍ଣ ଭ୍ରମାତ୍ମକ। ଏଥିରେ ସତ୍ୟତା ନାହିଁ ବୋଲି ଆରକ୍ଷୀ ଅଧିକ୍ଷକ ଅମୂଲ୍ୟ କୁମାର ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଲୋକେ ଭୟଭୀତ ହେବାର କୌଣସି କାରଣ ନାହିଁ । ଏଭଳି କୌଣସି ଘଟଣା ବର୍ତ୍ତମାନ ସୁଦ୍ଧା ନଜରକୁ ଆସି ନାହିଁ ବୋଲି ସେ କହିଛନ୍ତି । ଯଦି କୌଣସି ବ୍ୟକ୍ତି କାହାରିକୁ ସନ୍ଦେହସ୍ପଦ ଭାବେ ଦେଖନ୍ତି ତା’ ହେଲେ ଆଇନକୁ ନିଜ ହାତକୁ ନେବା ପରିବର୍ତ୍ତେ ତୁରନ୍ତ ନିକଟସ୍ଥ ଥାନା ସହ ଯୋଗାଯୋଗ କରିବା ପାଇଁ ସେ ଜନସାଧାରଙ୍କୁ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର