ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ନେଇ ଶୋକ ଜଣାଇଲେ ମୁଖ୍ୟମନ୍ତ୍ରୀ, ୨ ଲଷ ଟଙ୍କା ଲେଖାଏଁ ଘୋଷଣା କଲେ ସହାୟତା ରାଶି

ଭୁବନେଶ୍ୱର/ମୋହନା: ଗଜପତି ଜିଲ୍ଲାର ଆର୍ ଉଦୟଗିରିଠାରେ ଆଜି ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନିକଟତମ ଆତ୍ମୀୟଙ୍କ ପାଇଁ ଦୁଇ ଲଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ସେହିପରି ଆହତମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ଵୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି

ସୂଚନାଯୋଗ୍ୟ, ଗଜପତି ଜିଲ୍ଲା ଆର୍‌ ଉଦୟଗିରିି ବ୍ଲକ ଅନ୍ତର୍ଗତ ସବରପଲ୍ଲୀ ପଂଚାୟତର କଙ୍କଡାଗୁଡା ନିକଟରେ କନ୍ୟା ଛାଡ଼ିବାକୁ ଯାଉଥିବା ଏକ ୪୦୭ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଜି ପୂର୍ବାହ୍ନ ୧୧ଟାରେ ହୋଇଥିବା ଏହି ଦୁର୍ଘଟଣାରେ ଅନ୍ତରବା ପଂଚାୟତର ଜାମଢ଼ୋଲ ଗାଁର ଜନତ ଦଳବେହେରା ଓ ଗାୟତ୍ରୀ ରଇତଙ୍କ ସମେତ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଜନତ ଓ ଗାୟତ୍ରୀଙ୍କର ମୃତ୍ୟୁ ହୋଇଥିଲା। ମୃତ ଓ ଆହତମାନେ ଆର୍‌ ଉଦୟଗିରି ବ୍ଲକ ତୁମନ ଗ୍ରାମରେ ଏକ ବାହାଘର ଭୋଜିକୁ ଆସୁଥିବାବେଳେ କଂକଡାଗୁଡା ନିକଟରେ ୫୦ ଜଣଙ୍କୁ ନେଇ ଯାଉଥିବା ୪୦୭ଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧିତ ଖବର