ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଅନ୍ତର୍ଗତ ଗୁମ୍ମାଠାରୁ କଂଗ୍ରେସ ନିର୍ବାଚନୀ ବିଗୁଲ୍‌ ବଜାଇଛି। କୃଷି ଋଣ ଛାଡ଼ ସହ ଯୁବକମାନଙ୍କୁ ରୋଜଗାରକ୍ଷମ କରାଇବା ଦଳର ମୂଳଲକ୍ଷ୍ୟ ବୋଲି ଏଠାରେ ଆୟୋଜିତ ସମାବେଶରେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

Advertisment

ସମବେତ ଜନତା ଓ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ୟୁପିଏ ସରକାରଙ୍କ ଯୋଜନାକୁ ନାମ ପରିବର୍ତ୍ତନ କରି ରାଜ୍ୟ ସରକାର ବାହାବା’ ନେଉଛନ୍ତି। ସେ ରାଜୀବ ଆବାସ ଯୋଜନା ହେଉ କି ବିଦ୍ୟୁତ ଯୋଜନା, କେବଳ କପିପେଷ୍ଟରେ କାମ ଚାଲିଛି। ଅନ୍ୟମାନଙ୍କ ମଧ୍ୟରେ, ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର, କଂଗ୍ରେସର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ଏଆଇସିସି ସମ୍ପାଦକ ଅନିଲ ଚୌଧୁରୀ, ପ୍ରଦୀପ ମାଝୀ, ଭକ୍ତଚରଣ ଦାସ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହୀନିପତି, ପାରଳା ବିଧାୟକ କେ.ସୂରିଆ ରାଓ, ଶିଳ୍ପପତି ଡ.ତିରୁପତି ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ହଳଧର କାର୍ଯୀ, ଦାଶରଥି ଗମାଙ୍ଗ ପ୍ରମୁଖ ଯୋଗ ଦେଇ ସାଂଗଠନିକ ଦକ୍ଷତା ବୃଦ୍ଧି କରିବା ସହ ଜନତାଙ୍କୁ ପୁଣି କଂଗ୍ରେସ ଆଡ଼କୁ ଟାଣି ଆଣିବା ନିମନ୍ତେ ସବୁମତେ ଉଦ୍ୟମ କରିବାକୁ ହେବ ବୋଲି ପ୍ରକାଶ କରିଥିଲେ।