ବିମୁଦ୍ରୀକରଣକୁ ଦୁଇ ବର୍ଷ :ଗଜପତି କ˚ଗ୍ରେସ ପାଳିଲା କଳା ଦିବସ

ପାରଳାଖେମୁଣ୍ତି: ବିମୁଦ୍ରୀକରଣକୁ ଆଜି ଦୁଇବର୍ଷ ପୂରଣ ହୋଇଛି। ତେବେ, ଏହାକୁ କଳା ଦିବସ ଭାବେ କ˚ଗ୍ରେସ ଦଳ ପାଳନ କରିଛି। ଆଜି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜି.ତିରୁପତି ରାଓଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟରେ ବରିଷ୍ଠ କ˚ଗ୍ରସ ନେତା ତଥା ପାରଳାଖେମୁଣ୍ତିର ପୂର୍ବତନ ବିଧାୟକ ସ୍ବର୍ଗତ ତ୍ରିନାଥ ସାହୁଙ୍କ ପ୍ରତ୍ତିମୂର୍ତ୍ତୀରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ କାର୍ଯ୍ୟାଳୟରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ସମବେତ ହୋଇ ଏନ.ଡି.ଏ ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ ବିରୋଧ କରିଥିଲେ। ଆଜି ପର୍ଯ୍ୟନ୍ତ ଜଣେ ସଧାରଣ ନାଗରିକ ନିଜ ସଞ୍ଚୟ ରଖିଥିବା ଟଙ୍କା ପାଇଁ ବ୍ୟାଙ୍କ ବାରଣ୍ଡାକୁ ବାରମ୍ବାର ଦୌଡିବାକୁ ପଡୁଛି, ଦେଶରେ ଆର୍ଥିକ ସ୍ଥିତିରେ ମାନ୍ଦା ଅବସ୍ଥା ଆସିଛି ବୋଲି ସେମାନେ ସ୍ବର ଉତ୍ତୋଳନ କରିଥିଲେ ।
ତାପରେ, ସ୍ଥାନୀୟ କାର୍ଯ୍ୟାଳୟ ପରିସରରେ ଏକ ବୈଠକର ଆ‌େୟାଜନ ହୋଇଥିଲା। କେନ୍ଦ୍ରର ଏନ.ଡି.ଏ ସରକାରକୁ ବିରୋଧ କରାଯିବା ସହ ବିଜେଡି ଦଳ ଏହାକୁ ସମର୍ଥନ ଦେଇଥିଲା ବୋଲି କ୍ଷୋଭ ପ୍ରକାଶ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ କ˚ଗ୍ରେସ ନେତା ଡ.ତିରୁପତି ପାଣିଗ୍ରାହୀ, ବରିଷ୍ଟ କ˚ଗ୍ରେସ ନେତା ପୋଲୁ ପ୍ରଧାନ, ଉପାଧ୍ୟକ୍ଷ ସଞ୍ଜୟ ଅଧିକାରୀ, ଯୁବନେତା ସୂର୍ଯ୍ୟନାରାୟଣ ପାତ୍ର, କାଉନସିଲର ବିଭୁତି ନାୟକ, ସନ୍ତୋଷ ପାତ୍ର, ବଳିଆ ପଣ୍ତା, ମୋହନ ମହାଙ୍କୁଡ଼ ପ୍ରମୁଖ ଉପସ୍ଥିତ ଥିଲେ। ନଗର କ˚ଗ୍ରେସ ସଭାପତି ବସନ୍ତ ପଣ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର