ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଗତ କିଛି ଦିନ ହେଲା ଚର୍ଚ୍ଚା ରହିଛି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ୫ ଦିନ ପୂର୍ବରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡକ୍ଟର ଜୟ କୁମାର ପଣ୍ଡାଙ୍କ ବଦଳି ନିମନ୍ତେ ସମୂହ ଆଶା କର୍ମୀମାନେ ଡ଼ଃ ପଣ୍ଡାଙ୍କ ସରକାରୀ ବାସଭବନ ସମୂଖରେ ତାଲା ପକାଇ ଆନ୍ଦୋଳନ କରିବା ସହ ସମୁହ ସ୍ୱାସ୍ଥ୍ୟ କର୍ମଚାରୀମାନେ ଛୁଟିରେ ରହିବା ପାଇଁ ଚେତାବନୀ ଦେଇଥିଲେ। ଫଳରେ ଚାପ ଗ୍ରସ୍ତ ହୋଇ ଉପରିସ୍ଥ ଅଧିକାରୀ ତୁରନ୍ତ ଡ଼ଃ ପଣ୍ଡାଙ୍କ ବଦଳି କରାଇଥିଲେ। କିନ୍ତୁ ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ(B.P. M)ବିଭୁ ପ୍ରସାଦ କର ଏବଂ ବିଏଏମ (B. A. M)ବି.ବସନ୍ତ କୁମାରଙ୍କ ସରକାରୀ କାର୍ଯ୍ୟଳୟ ଟେବୁଲ ଉପରେ ମଦ ମାଂସ ରଖି ପିଇବା ସମୟ ଭିଡିଓ ଭାଇରାଲ ଡ଼ଃ ପଣ୍ଡାଙ୍କ ବଦଳିର ମୁଖ୍ୟ କାରଣ ବୋଲି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଡ଼ଃ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସରକାରୀ କାର୍ଯ୍ୟାଳୟରେ ଦୁଇଜଣ ସ୍ୱାସ୍ଥ୍ୟ କର୍ମଚାରୀ ମଦ ପିଇ ସ୍ୱାସ୍ଥ୍ୟ କେନ୍ଦ୍ର ବିଷୟରେ ଆଲୋଚନା କରୁଥିବା ଖବର ଜାଣିବା ପରେ ଉଭୟ କର୍ମଚାରୀମାନଙ୍କୁ ତାଗିଦ କରିଥିଲେ। ଫଳରେ ଉଭୟ ମଦ୍ୟପ କର୍ମଚାରୀ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଜୟ କୁମାର ପଣ୍ଡାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରି ଉଦ୍ଧେଶ୍ୟ ମୂଳକ ଭାବେ ବିଶୃଙ୍ଖଳା ସୃଷ୍ଟି କରିଥିବା ଆଲୋଚନା ହେଉଛି।
ତେବେ ସରକାରୀ କାର୍ଯ୍ୟାଳୟ ପରିସରରେ ମଦ୍ୟପାନ କରୁଥିବା ଉକ୍ତ ଦୁଇ ମଦ୍ୟପ କର୍ମଚାରୀମାନଙ୍କ ଉପରେ ଜିଲ୍ଲା ପ୍ରଶାସନ ଓ ସରକାରୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ତେବେ ଏନେଇ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପୂର୍ବତନ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଭାଇରାଲ ଭିଡିଓ ସମ୍ପକରେ ତାଙ୍କର କହିବା ହେଲା ସେହି ଭିଡିଓ ପ୍ରାୟ ୬ ମାସ ତଳର ମୁଁ ଦାୟିତ୍ଵରେ ଥିବା ସମୟରେ ଏହା ମୋର ନଜରକୁ ଆସିଥିଲା।
ଆହୁରି ପଢ଼ନ୍ତୁ: Maha Shivratri: ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି
ଏନେଇ ତତ୍କାଳୀନ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନଜରକୁ ଆଣିବା ପରେ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ କହିଥିଲେ। ପରେ ସେମାନଙ୍କୁ ତାଗିଦ କରା ଯାଇଥିଲା ହୁଏତ ସେହି ରାଗ ସୁଝାଇବା ପାଇଁ ମୋ ବିରୋଧରେ ଷଡଯନ୍ତ୍ର କରଯାଉଛି। ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ସାନ୍ତୁନୁ କୁମାର ପାଢୀଙ୍କ କହିବା ହେଲା ବରିଷ୍ଠ ଅଧିକାରୀମାନଙ୍କ ନିର୍ଦ୍ଧେଶକୁ ମଧ୍ୟ ସେମାନେ ଖାତିର କରୁନାହାନ୍ତି।ଏନେଇ ବିଭାଗକୁ ଜଣାଇ ଦିଆଯିବ ସେମାନେ ଯାହା ନିଷ୍ପତ୍ତି ନେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/15/mohna-2026-02-15-21-17-01.jpg)