କାଶୀନଗର: ଗଜପତିଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ କେ. ସୀତାପୁର ଗ୍ରାମର ଜି ଭାସ୍କର ରାଓଙ୍କ ଘରେ ବେଆଇନ ଭାବେ ବାଣ ତିଆରି କରୁଥିବା ବେଳେ କୌଣସି ସୂତ୍ରରୁ ପୁଲିସ ଖବର ପାଇ ଅପେରସନ ‘ପ୍ରହାର’ ବଳରେ ଅଚାନକ ଚଢ଼ଉ କରିଥିଲା। ଏହି ଚଢ଼ଉ ବେଳେ ପ୍ରାୟ ପନ୍ଦର ଲକ୍ଷ ଟଙ୍କାର ବାଣ ସହ ବାରୁଦ ଏବଂ ବାଣ ତିଆରି ପାଇଁ ଅନୁସଙ୍ଗିକ ପଦାର୍ଥ ହୋଇଛି।
ଜବତ ବେଳେ ୫୦ଟି ପ୍ଲାଷ୍ଟିକ ଅଖା ଭର୍ତ୍ତି ତାଳ ବାଣ, ୩୦ଟି କାଗଜ ବାଣ, ୭୦କିଲୋ ଗନ ପାଉଡର, ୧୫କିଲୋ ଇଲେକଟ୍ରିକ ପଉଡର, ୧୫ କିଲୋ ଖରା, ୧୮ଟି ପେପେର ରୋଲ, ୩ଟି ବଡ଼ ସୁତୁଲି ବୋମା ଓ ୨ଟି ବଡ଼ ସ୍ପରକଲ ବୋମା ଜବତ ହୋଇଥିଲା।
ଜବତ ବେଳେ କାଶୀନଗର ଥାନା ଅଧିକାରୀ ସୁନୀଲ କୁମାର ବେହେରା ଉପସ୍ଥିତ ଥିଲେ। କାଶୀନଗର ଅଞ୍ଚଳରେ ବିପୁଳ ପରିମାଣରେ ବାଣ ଓ ବାରୂଦ ଜବତ ହୋଇଥିବାରୁ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଯତୀନ୍ଦ୍ର ନାଥ ପଣ୍ଡା ଓ ଏସଡିପିଓ ମାଧବାନନ୍ଦ ନାୟକ କାଶୀନଗର ଥାନା ଠାରେ ପହଂଚି ବାଣ ଜବତ ହୋଇଥିବା ସାମ୍ବାଦିକ ପ୍ରତିନିଧି ମାନଙ୍କୁ ସୂଚନା ଦେଇଥିଲେ।
Gajapati | firecracker