ମୋହନା: ଏହି ବ୍ଳକ ଅନ୍ତର୍ଗତ ଅନ୍ତର୍ବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀମାନଙ୍କୁ ଠିକ ଭାବେ ଖାଦ୍ୟ ଦିଆଯାଉ ନଥିବା, କାର୍ଯ୍ୟରତ ଶିକ୍ଷକ/ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ମନାନ୍ତର ଲାଗି ରହିଥିଲେ ମଧ୍ୟ ପରସ୍ପର ମଧ୍ୟରେ ବୁଝାମଣା ନ ଥିବା ଆଦି ଅଭିଯୋଗ ନେଇ ଗତ ୨୭ ତାରିଖ ମଧ୍ୟରାତ୍ରୀରେ ୨୯ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି ରାଙ୍କିଲପଦର ଗ୍ରାମ ଠାରୁ ପ୍ରାୟ ୨ କିମି ଦୂର ଏକ ପାହାଡ଼ ଉପରେ ଥିବା ଏକ କୋଠରୀରେ ରହିଥିଲେ । ଛାତ୍ରୀଙ୍କୁ ଖୋଜାଖୋଜି କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ନିଦ ହଜି ଯାଇଥିଲା। ଜିଲ୍ଲାସ୍ତରୀୟ ଅଧିକାରୀମାନେ ୪ଟି ଟିମ ଗଠନ କରି ସେମାନଙ୍କୁ ଖୋଜି ବାହାର କରିବାରେ ନାକେଦମ ହୋଇ ଯାଇଥିଲେ। ତେବେ, ଘଟଣା ଘଟିବାର ୧୮ ଘଣ୍ଟା ପରେ କୈାଣସି ସୂତ୍ରରୁ ସୂଚନା ପାଇ ଜିଲ୍ଲା ମଙ୍ଗଳ ଅଧିକାରୀ ପାହାଡ଼ରୁ ୨୯ ଛାତ୍ରୀଙ୍କୁ ଊଦ୍ଧାର କରି ତାଙ୍କୁ ପୁଣି ହଷ୍ଟେଲକୁ ଫେରାଇ ଆଣିବାର ବ୍ୟବସ୍ଥା କରିଥିଲେ। ଛାତ୍ରୀଙ୍କ ଅଭିଯୋଗ ପ୍ରକାରେ ଲାଗି ରହିଥିବା ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତାପରେ, ଏହି ଘଟଣାକୁ ନେଇ ଅଭିଭାବକ, କାର୍ଯ୍ୟରତ କର୍ମଚାରୀ ଓ ଛାତ୍ରୀମାନଙ୍କୁ ନେଇ ଏକ ବୈଠକ ଡକାଯାଇଥିଲା । ସେଥିରେ ପ୍ରଧାନ ଶିକ୍ଷକ ନନୋଜ କୁମାର ରଥ, ବ୍ଳକ ମଙ୍ଗଳ ସ˚ପ୍ରସାରଣ ଅଧିକାରୀ ର˚ଜନ ଜେନା, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ଥିଲେ। ଛାତ୍ରୀଙ୍କ ଲାଗିରହିଥିବା ସମସ୍ୟା ଊପସ୍ଥାପନ କରାଯିବା ସହ ଊପସ୍ଥିତ ଅଭିଭାବକମାନେ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଏନ ସୁରେଶ, ଶିକ୍ଷୟିତ୍ରୀ ଗିତାଜ˚ଳି ସେନାପତିଙ୍କ ସମେତ କିଛି ଶିକ୍ଷକ ଓ କାର୍ଯ୍ୟରତ ପିଅନମାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ସମସ୍ତ ବିଷୟ ଜିଲ୍ଲା ମଙ୍ଗଳ ଅଧିକାରୀ ଅନୁଧ୍ୟାନ କରିବା ସହ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଏଣୁ, ଦାୟିତ୍ବରେ ଥିବା ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସହକାରୀ ଶିକ୍ଷକ ଏନ ସୁରେଶକୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା, ସହକାରୀ ଶିକ୍ଷୟିତ୍ରୀ ଗୀତାଜ˚ଳି ସେନାପତି ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ସେନାପତି ସାହୁ ଏବ˚ ଜୟନ୍ତୀ ହେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା, କାର୍ଯ୍ୟରତ ମେଟ୍ରନ୍ ବନ୍ଦନା ସଭାସୁନ୍ଦର ଓ ସବିତା ବିଜୁଳିଙ୍କୁ ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରକାଶ କରିଛନ୍ତି। କାର୍ଯ୍ୟରତ ଅନ୍ୟ କେହି କର୍ମଚାରୀ ମାନେ ବିଶୃଙ୍ଖଳା କଲେ ତାଙ୍କରି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ଆଶ୍ରମ ଛାତ୍ରୀ ହଷ୍ଟେଲ ଛାଡ଼ିବା ଘଟଣା:୮ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
/sambad/media/post_attachments/wp-content/uploads/2019/02/argu-opinion.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)