ପାରଳାଖେମୁଣ୍ଡି: ମଧୁମେହ ରୋଗରେ ପୀଡିତ ଥିବା ପୂର୍ବତନ ବିଧାୟକ ଭରତ ପାଇକଙ୍କର ପରଲୋକ ହୋଇଯାଇଛି | ୧୯୯୦ରୁ ୯୫ ମସିହା ପର୍ଯ୍ୟନ୍ତ ଗଜପତି ଜିଲ୍ଲାର ରାମଗିରି ନିର୍ବାଚନମଣ୍ଡଳୀରେ ଭରତ ବିଧାୟକ ଭାବେ ପ୍ରତିନିଧିତ୍ବ କରିଥିଲେ |
ପୂର୍ବତନ ବିଧାୟକ ବ୍ୟତୀତ ଶ୍ରୀ ବାରିକ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟର ସଭାପତି ସହ ଜଣେ ପରିଚିତ ଆଇନଜୀବୀ ଥିଲେ | ସମଗ୍ର ଗଜପତି ଜିଲ୍ଲାରେ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ସମସ୍ତଙ୍କ ପାଖରେ ଅତି ଘନିଷ୍ଠ ଭାବେ ସହଯୋଗୀ ଥିଲେ | ଆଜି ତାଙ୍କର ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/9833162e-6937-45f6-8add-82f0e277be47.jpg)