ରା.ଉଦୟଗିରି : ଗଜପତି ଜିଲ୍ଲା ରା.ଉଦୟଗିରି ପୁଲିସ ଏକ ବଡ଼ ଧରଣର ନକଲି ସୁନାଇଟା କାରବାର ଚଳାଇ ଠକୁଥିବା ର୍ୟାକେଟ୍କୁ ଠାବ କରିଛି। ସୁନା ଇଟା ଲୋଭରେ ଗଂଜାମ ଜିଲ୍ଲା ପାଟପୁର ଥାନା ପୁଡ଼ାମାରୀ ଗ୍ରାମର ପ୍ରଫୁଲ୍ଲ ବୈଠାରୁ ନାମକ ଜଣେ ସୁନାରୀ ଏହି ର୍ୟାକେଟ ଜାଲରେ ପଡ଼ି ୭ଲକ୍ଷ ଟଙ୍କା ହରାଇଥିଲେ। ଏ ସଂକ୍ରାନ୍ତରେ ଥାନାରେ ଏତଲା ଦେବା ପରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରା ଯାଇଥିଲା। ର୍ୟାକେଟ୍ର କିଙ୍ଗ୍ପିନ୍ ତଥା ମୁଖ୍ୟ କାର୍ପେଟ୍ଦାର ରା.ଉଦୟଗିରି ବ୍ଲକ ଶବରପଲ୍ଲୀ ପଞ୍ଚାୟତ ଟିକାମାଳ ଗ୍ରାମର ପ୍ରବୋଧ ପ୍ରଧାନ ସମେତ ତା’ର ଦୁଇ ପ୍ରମୁଖ ସହଯୋଗୀ ଲୁବୁରୁସିଂ ଗ୍ରାମର ରବି ରଇତ ଓ ନୂଆଗଡ଼ ବ୍ଲକ ତାବରଡ଼ା ଗ୍ରାମର ଲୋହିତ ସିଂକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ରବି ଏବଂ ଲୋହିତଙ୍କଠୁ ୨ ଲକ୍ଷ ଟଙ୍କା ଏବଂ ମାଷ୍ଟରମାଇଣ୍ଡ୍ ପ୍ରବୋଧ ଠାରୁ ନକଲି ସୁନାଇଟା, ମୋବାଇଲ୍ ଜବତ ହୋଇଥିବା ନେଇ ଗଜପତି ଜିଲ୍ଲା ଏସ୍ପି ଅମୂଲ୍ୟ କୁମାର ଦାସ ସୂଚନା ଦେଇଛନ୍ତି।
ନକଲି ସୁନାଇଟା ର୍ୟାକେଟ୍ ଠାବ : କିଙ୍ଗ୍ପିନ୍ ସମେତ ୩ ଗିରଫ
/sambad/media/post_attachments/wp-content/uploads/2018/09/arr.jpg)