ଗୋବରା ତିରୁପତି ରାଓ ହେଲେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ

ପାରଳାଖେମୁଣ୍ତି: ପୂର୍ବ କଳ୍ପନା ଅନୁଯାଇ ଆଜି ନିର୍ଦ୍ବନ୍ଦରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ବିଜୁ ଜନତା ଦଳର ଗୋବରା ତିରୁପତି ରାଓ। ଆଜି ସକାଳ ଠିକ ୧୦ ଟା ସମୟରେ ଦଳର ୧୧ ଜଣ ଜିଲ୍ଲା ପରିଷଦ ସଦସ୍ୟ ଓ ସଦସ୍ୟା ଏକତ୍ରିତ ହୋଇ ଜିଲ୍ଲା ସାଂଗଠନିକ ପ୍ରଭାରୀ ବିଧାୟକ ଅତନୁ ସବ୍ୟସଚ୍ଚୀ ନାୟକ ଏବଂ ଡଃ.ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ବରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ସେଠାରେ ଅତନୁ ସବ୍ୟସଚ୍ଚୀ ନାୟକ ଘୋଷଣା କରିଥିଲେ କି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଗୋବରା ତିରୁପତି ରାଓଙ୍କ ନାମକୁ ଅଧ୍ୟକ୍ଷ ପଦବୀ ପାଇଁ ସବୁଜ ସଂକେତ ଦେଇଛନ୍ତି ଏବଂ ଗୋଟିଏ ହିଁ ନାମାଙ୍କନ ପତ୍ର ଦାଖଲ ହୋଇଥିଲା ଏହି ପଦବୀ ପାଇଁ । ୧୧.୩୦ ସମୟରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ତାଙ୍କ ଉପସ୍ଥିତିରେ ଗୋବରା ତିରୁପତି ରାଓଙ୍କୁ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଥିଲା। ଏହି ନିର୍ବାଚନ ପାଇଁ ଆଜି ଦଳର ସବୁ ସ୍ତରର ନେତା ସର୍କିଟ ହାଉସ ପରିସରରେ ଅପେକ୍ଷା କରିଥିଲେ ଏବଂ ଏଠାରେ ଦଳିୟ ନେତାଙ୍କୁ ଉଦବୋଧନ ଦେଇ ଅତନୁ ସବ୍ୟସଚ୍ଚୀ ନାୟକ କହିଥିଲେ କି ଆଉ ଏକ ଶେଷ ପରୀକ୍ଷା ରହିଲା। ପୌର ନିର୍ବାଚନରେ କାଶୀନଗର ଏନ.ଏ.ସି ଓ ପାରଳା ପୌରପାଳିକା ଦଖଲ ପାଇଁ ସମସ୍ତେ ହାତ ମିଳାଇ କାମ କରିବେ।

ସମ୍ବନ୍ଧିତ ଖବର