କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ଗ୍ରାମ ଖଦାଳ ସାହିରେ ଦୁଇ ଗୋଷ୍ଠୀ ମଧ୍ୟରେ ସାହିସଭାକୁ କେନ୍ଦ୍ର କରି ବିବାଦ ଉପୁଜିଛି। ଏନେଇ ଉଭୟ ପକ୍ଷରୁ ମାମଲା ରୁଜୁ ପରେ ଆଜି ପୁଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୧୦ ତାରିଖ ଓ ଗତ ୧୧ ତାରିଖରେ ସାହି ସଭା ସମୟରେ ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଦୁଇ ପକ୍ଷର ଏତଲା କ୍ରମେ କେସ ନମ୍ବର ୧୩୫ ଓ ୧୩୬ ଅନୁସାରେ ମାମଲା ରୁଜ କରାଯାଇଥିଲା। ଗିରଫ ମାନେ ହେଲେ ଗୁଡ଼ିଆଳି ଗ୍ରାମ ଖଦାଳ ସାହିର ସନାତନ ଦାସ, ସନ୍ତୋଷ ଦାସ, ନାରାୟଣ ଦାସ ଓ ପ୍ରତିପକ୍ଷ ଗୋଷ୍ଠୀର ମନ୍ମଥ ଦାସ, ସନ୍ତୋଷ ଦାସ। ଗିରଫ ପରେ ଆଜି ଥାନା ଆଗରେ ଉତ୍ତେଜନା ଦେଖା ଦେଇଥିଲା। ଉଭୟ ପକ୍ଷର ଶତାଧିକ ପୁରୁଷ ଓ ମହିଳା ଆସି ସେମାନଙ୍କୁ ଛାଡ଼ିବାକୁ ଦାବି କରିଥିଲେ। ତେବେ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ୫ଜଣଙ୍କୁ କୋର୍ଟ ଚାଲାଣ କରିଥିଲା।
ଗୁଡ଼ିଆଳିରେ ଗୋଷ୍ଠୀ ବିବାଦ, ୫ ଗିରଫ
/sambad/media/post_attachments/wp-content/uploads/2019/06/Jail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)