ଖଜୁରୀପଡ଼ା,: ଖଜୁରୀପଡା ବ୍ଲକ ବିଜେପି ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ବନ୍ଦପାଳନ ଯୋଗୁଁ ରାସ୍ତାରେ ବହୁ ଯାନବାହନ ଅଟକି ରହିଥିଲା। ସମସ୍ତ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟକୁ ପିକେଟିଂ କରି ଦଳୀୟ କର୍ମୀ ମାନେ ବନ୍ଦ କରିଥିଲେ। ବିଜେପି ନେତା ଅନନ୍ତ କୁମାର ଦିଗାଲ, ରଂଜନ କହଁର, କେଦାର ଗୌରୀ ସାହୁ, ଦ୍ରୋଣ ବେହେରା, ବିକ୍ରମସେନ ଦେହୁରୀ, ହୃଷିକେଶ ଖୁଣ୍ଟିଆ, ପରମାନନ୍ଦ ପ୍ରଧାନ, ରମେଶ ମଲ୍ଲିକ, ବିଷ୍ଣୁ ଚରଣ ବେହେରା, ମିଲନ୍ ବେହେରାଙ୍କ ସମେତ ବହୁ କର୍ମୀ ବନ୍ଦ ପାଳନର ନେତୃତ୍ବ ନେଇଥିଲେ । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ସହରରେ ଏକ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲା।
ଖଜୁରୀପଡ଼ାରେ ବନ୍ଦ ପାଳନ
/sambad/media/post_attachments/wp-content/uploads/2019/01/bjp-party.jpg)