କାଶୀନଗର: ବୁଧବାର ଇଟା ବୋଝେଇ ଟ୍ରାକ୍ଟର ଓଲଟି ଆହତ ହୋଇଥିବା ଶ୍ରମିକ ଶିବ୍ରା ନାଇକାଙ୍କ ମୃତ୍ୟୁ ଘଟିଛି। ତେବେ ଆହତ ଅନ୍ୟ ୫ ଜଣ ଶ୍ରମିକ ସୁସ୍ଥ ରହିଥିବା ଜଣା ପଡିଛି। କାଶୀନଗର ଥାନା ଅନ୍ତର୍ଗତ ଡି.କତୁରୁ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଇଟା ବୋଝେଇ ଟ୍ରାକ୍ଟର ଓଲଟି ପଡିଥିଲା। ଏଥିରେ ବସିଥିବା ୨ ମହିଳାଙ୍କ ସମେତ ମୋଟ ୬ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ସେଥି ମଧ୍ୟରୁ ଜସ ନାଇକା ଓ ଲିଲେଶମଣି ନାଇକାଙ୍କୁ କାଶୀନଗର ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିବା ବେଳେ ସୁବାସ ନାଇକ, ଶିବା ନାଇକା, ନରୋନ ନାଇକା ଓ ପ୍ରମିଳା ନାଇକାଙ୍କୁ ପାରଳାଖେମୁଣ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଶିବ୍ରା ନାଇକାଙ୍କ ଅବସ୍ଥା ଗୁରୁତର ହେବାରୁ ବୁଧବାର ରାତିରେ ଡାକ୍ତରଙ୍କ ପରାମର୍ଶକ୍ରମେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଆଜି ପୂର୍ବାହ୍ନରେ ଚିକିତ୍ସାଧିନ ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଆହତ ଶିବ୍ରାର ମୃତ୍ୟୁ ଘଟିଥିବା ଜଣାପଡିଛି।
ଟ୍ରାକ୍ଟର ଓଲଟି ଆହତ ଶ୍ରମିକ ମୃତ
/sambad/media/post_attachments/wp-content/uploads/2019/02/farm_accidents-2-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)