କ‌ରୋନା ଆଳ, ଅଟକିଛି ରେଳ: ପାରଳାଖେମୁଣ୍ତି ରୁଟ୍‌ରେ ଚାଲୁଛି ସୀମିତ ଟ୍ରେନ୍‌

ପାରଳାଖେମୁଣ୍ତି : କରୋନା କାରଣରୁ ନୌପଡ଼ା ଠାରୁ ପାରଳାଖେମୁଣ୍ତି ଦେଇ ଚଳାଚଳ କରୁଥିବା ସବୁ ଟ୍ରେନ ବାତିଲ ହୋଇଥିଲା। ଗତ ଦୁଇମାସ ହେଲା ଏହି ରୁଟ୍‌ରେ ସୀମିତ ଟ୍ରେନ ଚଳାଚଳ କରୁଛି। ପାରଳାଖେମୁଣ୍ତି ଦେଇ ଯାଉଥିବା ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ୍‌ ଉପରେ ବହୁ ଯାତ୍ରୀ ନିର୍ଭର ହୋଇଥାନ୍ତି। ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାକୁ ସ˚ଯୋଗ କରୁଥିବା ଏହି ଟ୍ରେନ‌୍‌ରେ ପର୍ବପର୍ବାଣୀ ଋତୁରେ ଅଧିକ ଯାତ୍ରୀ ଯିବାଆସିବା କରିଥାନ୍ତି। ଏହି ଟ୍ରେନଟି ବର୍ତ୍ତମାନ ସପ୍ତାହରେ ମାତ୍ର ୩ ଦିନ ଚାଲୁଛି ।

ଗତ କିଛି ବର୍ଷ ହେଲା ବସ୍‌ ଭଡ଼ା ବୃଦ୍ଧି ହୋଇଥିବାବେଳେ ଗୁଣୁପୁରରୁ ପାରଳାଖେମୁଣ୍ତି ଟ୍ରେନ୍‌ ଯୋଗେ ଯାତାୟାତ ପାଇଁ ଯାତ୍ରୀ ପସନ୍ଦ କରିଥା’ନ୍ତି। ଟ୍ରେନ ଟିକଟ ଖର୍ଚ୍ଚ ମାତ୍ର ୨୫ ଟଙ୍କା ରହିଥିବା ବେଳେ ବସ୍‌ରେ ଟିକଟ ଖର୍ଚ୍ଚ ୭୦ ଟଙ୍କା ପଡ଼ିଯାଉଛି। ସେହିପରି ପ୍ରତିଦିନ କାଶୀନଗର ବ୍ଲକ୍‌ରୁ ପାରଳାଖେମୁଣ୍ତି ଶତାଧିକ ଛାତ୍ରଛାତ୍ରୀ ପାଠପଢ଼ିବା ପାଇଁ ଆସୁଛନ୍ତି। ଟ୍ରେନ୍‌ରେ ଯାତାୟତ କଲେ ଏମାନେ ଦୈନିକ ୨୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ବସ୍‌ କିମ୍ବା ଅଟୋରିକ୍ସାରେ ଯାତାୟାତ କଲେ ଦୈନିକ ୫୦ ଟଙ୍କା ବହନ କରିବାକୁ ପଡ଼ୁଛି। ପାରଳାଖେମୁଣ୍ତିରୁ ବ୍ରହ୍ମପୁର ୧୦ଟି ବସ୍‌ ଚଳାଚଳ କରୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ସାଧାରଣ ଲୋକଙ୍କ ଟ୍ରେନ୍‌ ଯୋଗେ ଯାତ୍ରା କରିବାକୁ ଅଧିକ ପସନ୍ଦ କରିଥାନ୍ତି। ପାରଳାଖେମୁଣ୍ତିରୁ ଭୁବନେଶ୍ବର ଟ୍ରେନ୍‌ ଟିକଟ ମୁଣ୍ତ ପିଛା ୧୫୦ ଟଙ୍କା ଥିବାବେଳେ ବସ୍‌ରେ ଯାତ୍ରା କଲେ ମୁଣ୍ତ ପିଛା ୫୦୦ ଟଙ୍କା ଖର୍ଚ୍ଚ ହେଉଛି। କେବଳ ଟିକଟ ଖର୍ଚ୍ଚ ନୁହେଁ, ବିଭିନ୍ନ ସାମଗ୍ରୀ ଟ୍ରେନ୍‌ରେ ନେବା ପାଇଁ ଅନୁମତି ଥିବା ବେଳେ ବସ୍‌ରେ ଅଧାବସ୍ତା ଚାଉଳ ନେ‌ଲେ ମଧ୍ୟ ୫୦ ଟଙ୍କା ଦେବାକୁ ପଡ଼ିଥାଏ ବୋଲି ଯାତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଏହାକୁ ସବୁଦିନେ ଚଲାଇବା ପାଇଁ ବାରମ୍ବାର ଦାବି ଉପସ୍ଥାପନ ହେଉଛି। ପାରଳାଖେମୁଣ୍ତି ବିଧାୟକ କେ. ନାରାୟଣ ରାଓ ଏବ˚  ବ୍ରହ୍ମପୁର ସା˚ସଦ ଚନ୍ଦ୍ରଶେଖର ସାହୁ ମଧ୍ୟ ଏ ନେଇ ଦାବି ଉପସ୍ଥାପନ କରିସାରିଛନ୍ତି। ସେହିପରି ଅନେକ ଅନୁଷ୍ଠାନ ଏବ˚ ବୁଦ୍ଧିଜୀବୀମାନେ ମଧ୍ୟ ପାରଳାଖେମୁଣ୍ତିରୁ ପଲାସା ଯାତାୟାତ କରୁଥିବା ଟ୍ରେନକୁ ପୁନଃ ପ୍ରଚଳନ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର