ପାରଳାଖେମୁଣ୍ଡି (ସୁଜିତ୍‌ ବିଷୋୟୀ): ବିକଶିତ ହେଉଛି ପବିତ୍ର ମହେନ୍ଦ୍ରଗିରି। ରାମାୟଣ ଓ ମହାଭାରତ ଭଳି ପୌରାଣିକ ଗ୍ରନ୍ଥରେ ସ୍ଥାଣିତ ହୋଇଥିବା ମହେନ୍ଦ୍ରଗିରିର ଆଧ୍ୟାତ୍ମିକ ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରୁଛି। ଏଠାରେ ଅବସ୍ଥିତ ଭଗବାନ ପର୍ଶୁରାମଙ୍କ ତପସ୍ୟା ସ୍ଥଳୀରେ ପର୍ଶୁରାମଙ୍କ ସାନିଧ୍ୟ ଏବେ ବି ବିଦ୍ୟମାନ। ଏଥିସହ ହଜାର ହଜାର ବର୍ଷ ପୁରାତନ ଯୁଧିଷ୍ଠିର ମନ୍ଦିର, କୁନ୍ତୀ ମନ୍ଦିର, ଭୀମ ମନ୍ଦିର, ଅର୍ଜୁନ ଗୁମ୍ଫା, ଦାରୁବ୍ରହ୍ମ, ହନୁମାନଙ୍କ ପାଦ ଚିହ୍ନ, ସ୍ବର୍ଗଦ୍ବାର ଆଦିର ମୁକ ସାକ୍ଷୀ ଯାହାକୁ ଦର୍ଶନ କରିବା ସହ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଔଷଧୀୟ ବୃକ୍ଷଲତା ସାଙ୍ଗକୁ ଶୀତଳ ମେଘର ସ୍ପର୍ଶର ଉପଭୋଗ କରିବାକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ। 

Advertisment

ମହେନ୍ଦ୍ରଗିରି ଶିଖର ପର୍ଯ୍ୟନ୍ତ ପ୍ରଶସ୍ତ ରାସ୍ତା ନିର୍ମାଣ

ଇତି ମଧ୍ୟରେ ମହେନ୍ଦ୍ରଗିରି ଶିଖର ପର୍ଯ୍ୟନ୍ତ ପ୍ରଶସ୍ତ ରାସ୍ତା ନିର୍ମାଣ ହୋଇଛି ଯାହା ଉଭୟ ଗଜପତିଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଛି। ପର୍ଯ୍ୟଟକଙ୍କ ଗମନାଗମନର ସୁବିଧା ସୁଯୋଗ ସୃଷ୍ଟି କରିଛି। ଏଥିସହ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ସରକାରଙ୍କ ପକ୍ଷରୁ ମହେନ୍ଦ୍ରଗିରିର ଶିଖରରେ ନିର୍ମାଣ ହୋଇଛି ଆକର୍ଷଣୀୟ ଇକୋ ରିସର୍ଟ କଟେଜ। ଯାହାର ଆଜି ଶୁଭ  ଉଦ୍‌ଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ବାଣିଜ୍ୟ, ପରିବହନ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରମୁଖଙ୍କ ଉପସ୍ଥିତିରେ ଏହାର ଶୁଭ ଉଦଘାଟନ କରାଯାଇଛି। ଏଥିରେ ଦଶଟି କଟେଜ୍ ନିର୍ମାଣ ହୋଇଥିବା ବେଳେ ପର୍ଯ୍ୟଟକଙ୍କ ଆବଶ୍ୟକ ଅନୁସାରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ରହିଛି। ବିଶେଷ କରି ପର୍ଯ୍ୟଟକ ପର୍ବତ ଶିଖରର ପରିବର୍ତ୍ତିତ ଜଳବାୟୁ ସହ ମନଲୋଭା ପରିବେଶ ମଧ୍ୟରେ ରାତ୍ରି ଯାପନ କରିବା ନିଆରା ଅନୁଭୂତି ସୁରକ୍ଷିତ ଭାବେ ନେଇ ପାରିବେ ସେଥିପାଇଁ ବିଶେଷ ଦୃଷ୍ଟି ଦିଆଯାଇଛି। 

ଅନ୍‌ଲାଇନ୍‌ ମାଧ୍ୟମରେ ବୁକିଙ୍ଗ

ଆଜିଠାରୁ ଅନ୍‌ଲାଇନ୍‌ ମାଧ୍ୟମରେ ବୁକିଙ୍ଗ କରି ପର୍ଯ୍ୟଟକମାନେ ସୁରକ୍ଷିତ ଭାବରେ ଏଠି ରାତ୍ରି ଯାପନ କରିପାରିବେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଏହାର ଅଧିକ ବିକାଶ କରିବା ପାଇଁ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଡିପିଆର ପ୍ରସ୍ତୁତ କରାଯାଇଛି ଏବଂ ଟେଣ୍ଡର ପ୍ରକ୍ରିୟା ସରିବା ପରେ ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି। ଐତିହାସିକ କିମ୍ବଦନ୍ତୀ ସହ ପୁରାଣ ପ୍ରସିଦ୍ଧ ରାମାୟଣ ଓ ମହାଭାରତ ସହ ଜଡ଼ିତ ଏହି ତିର୍ଥସ୍ଥଳୀ, ଭଗବାନ ପର୍ସୁରମଙ୍କ ତପସ୍ୟା ସ୍ତାହଳୟ ରୂପେ ପରିଚିତ ଏହି ପୁଣ୍ୟସ୍ଥାନର ବିକାଶ ଓ ସୁରକ୍ଷା ପାଇଁ ସରକାରଙ୍କ ସ୍ଵତନ୍ତ୍ର ଦ୍ରୁଷ୍ଟି ରହିଥିବା କହିଛନ୍ତି। 

ଆହୁରି ପଢ଼ନ୍ତୁ: Humane Sagar NoMore: ହ୍ୟୁମାନ ସାଗରଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଗଜପତିରେ ଅନେକ ପର୍ଯ୍ୟଟନ ସ୍ଥଳୀ

ଜିଲ୍ଲାରେ ଏଭଳି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି, ଏସବୁର ବିକାଶ କରିବା ସହିତ ଏସବୁକୁ ସଂଯୋଗ କରାଯାଇ ଏକ ଟୁରିଷ୍ଟ ସର୍କିଟରେ ସରକାରୀ ବସ୍ ଚଳାଚଳ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି। କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣ ନାଯକ, ଗଜପତି ଜିଲ୍ଲାପାଳ ମଧୁମିତା, ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ, ଅତିରିକ୍ତ ଜିଲ୍ଲାପାଳ ଫାଲ୍ଗୁନୀ ମାଝୀ, ଉପଜିଲ୍ଲାପାଳ ଅନୁପ ପଣ୍ଡା , ବନଖଣ୍ଡ ଅଧିକାରୀ ଏସ ନାଗରାଜୁ ଏସିଏଫ ଅରୁଣ କୁମାର ସାହୁଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, ବନ ବିଭାଗର
ଅଧିକାରୀ, ପୁଲିସ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: Human Sagar Passes Away: ହୃଦୟରେ ରହିଗଲେ ହ୍ୟୁମାନ: ଆଲବମ୍ ହେଉ କି ସିନେମା… ସବୁଥିରେ ହିଟ୍ ହ୍ୟୁମାନ ସାଗର