ପାରଳାଖେମୁଣ୍ଡି, (ତ୍ରିନାଥ ଖାଡ଼˚ଗା): ୨୦୧୯ ସାଧାରଣ ନିର୍ବାଚନ ଆହୁରି ୩ ମାସ ରହିଥିବା ବେଳେ ମୋହନା ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଶାସକ ବିଜେଡ଼ି, କ˚ଗ୍ରେସ ଓ ବିଜେପି ଦଳରୁ ଆଶାୟୀ ପ୍ରାର୍ଥୀମାନଙ୍କ ଭିଡ଼ ଦେଖାଯାଇଥିବା ବେଳେ ଟିକଟ ପାଇବା ଆଶାରେ ନିଜ ନିଜ ସ୍ତରରେ ଲବି ଆରମ୍ଭ କରି ଦେଇଛନ୍ତି।
ଗତ ବିଧାନସଭା ନିର୍ବାଚନରେ ବିଜେଡ଼ିର ବାସନ୍ତୀ ମଲ୍ଲିକ ମାତ୍ର ୧୧୫ ଖଣ୍ଡ ଭୋଟରେ କ˚ଗ୍ରେସର ପ୍ରାର୍ଥୀ ଦାଶରଥୀ ଗମା˚ଗଙ୍କ ଠାରୁ ବିଜୟ ଲାଭ କରିଥିଲେ। ବାସନ୍ତୀ ମଲ୍ଲିକ ଆଉ ଥରେ ନିଜର ଭାଗ୍ୟ ପରୀକ୍ଷା ପାଇଁ ଆଶାୟୀ । ଏଥର ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ଟିକଟ ଦେବା ଉପରେ ଗୁରୁତ୍ବ ଦେଉଥିବାରୁ ସେ ଟିକଟ ପାଇବାକୁ ଆଶା ରଖିଛନ୍ତି। ତେେବ ଦଳୀୟ ଗୋଷ୍ଠୀ କନ୍ଦଳରେ ଛନ୍ଦି ହୋଇଥିବା ଶୁଣାଯାଉଛିି। ଏହି ଆସନରେ ବିଜେଡ଼ି ଟିକଟ ପାଇବାକୁ ଗଜପତି ଜିଲ୍ଲା ସ୍ବତନ୍ତ୍ର ଆଦିବାସୀ ପରିଷଦର ଅଧ୍ୟକ୍ଷ ଅନ୍ତର୍ଜାମୀ ଗମା˚ଗ ମଧ୍ୟ ଦୌଡ଼ରେ ରହି ଚାପ ପକାଉଥିବା ଆଲୋଚନା ହେଉଛି। ସେମାନଙ୍କ ବ୍ୟତୀତ ଭୁବନେଶ୍ବର ସଚିବାଳୟରେ କାର୍ଯ୍ୟରତ ମୋହନା ଅଞ୍ଚଳର ବରିଷ୍ଠ ଓଏଏସ ଅଧିକାରୀ ବାଳମୁକୁନ୍ଦ ଭୂୟାଁ ମଧ୍ୟ ବହୁଦିନ ହେଲା ଲବି ଚଳାଇଛନ୍ତି। ସବୁଜ ସଙ୍କେତ ମିଳିଲେ ଚାକିରିରୁ ଅବସର ଗ୍ରହଣ କିମ୍ବା ଇସ୍ତଫା ଦେଇ ନିର୍ବାଚନ ଲଢିବାକୁ ଅଣ୍ଟା ଭିଡ଼ିବେ ବୋଲି କୁହାଯାଉଛି। ରାୟଗଡ଼ା ଜିଲ୍ଲାରେ ଚର୍ଚ୍ଚର ବିଶପ ଭାବେ କାମ କରୁଥିବା ଆନଶନ ମଲ୍ଲିକଙ୍କ ନାମ ମଧ୍ୟ ଶୁଣାଯାଉଛି।
ଅପରପକ୍ଷରେ କ˚ଗ୍ରେସ ଦଳରୁ ଦାଶରଥୀ ଗମା˚ଗ ଟିକଟି ଦୌଡ଼ରେ ଆଗରେ ରହିଛନ୍ତି। ଗତ ବିଧାନସଭା ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଠାରୁ ମାତ୍ର ୧୧୫ ଖଣ୍ଡ ଭୋଟ୍ରେ ପରାଜିତ ହୋଇଥିଲେ। ସେହି ଦୃଷ୍ଟିରୁ ଶ୍ରୀ ଗମା˚ଗ ଆଉଥରେ ତାଙ୍କୁ କ˚ଗ୍ରେସ ଦଳ ଟିକଟ ଦେବ ବୋଲି ଆଶା ରଖିଛନ୍ତି। ସେହିଭଳି ଆଦିବାସୀ ନେତା ଜହ୍ନ ଦଳବେହେରାଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ଟିକଟ ଲବିରେ ବିଜେପି ମଧ୍ୟ ପଛରେ ପଡ଼ିନାହିଁ। ଆଶାୟୀଙ୍କ ମଧ୍ୟରେ ମହେନ୍ଦ୍ରଗଡ଼ ସରପଞ୍ଚ ବୀର ଭାସ୍କର ପାଇକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ମଲ୍ଲିକ ଏବ˚ ପୂର୍ବତନ ବିଧାୟକ ଭରତ ପାଇକ ରହିଥିବା ଜଣାପଡ଼ିଛିି।
ସୂଚନାଯୋଗ୍ୟ ଯେ ଗଜପତି ଜିଲ୍ଲା ମୋହନା ନିର୍ବାଚନମଣ୍ଡଳୀରେ ଗତ ୧୯୬୧ ମସିହାରୁ ୨୦୧୪ ମଧ୍ୟରେ ୧୩ ଥର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ୬ ଥର କ˚ଗ୍ରେସ, ଜନ କ˚ଗ୍ରେସ ଓ ଉତ୍କଳ କ˚ଗ୍ରେସ ଦଳର ପ୍ରାର୍ଥୀମାନେ ନିର୍ବାଚିତ ହୋଇଥିବା ବେଳେ ୧୯୯୦ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ଜନତା ଦଳ ଓ ବିଜୁ ଜନତା ଦଳ ୬ ଥର ନିର୍ବାଚିତ ହୋଇଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି ଉଦୟ ନାରାୟଣ ଦେବ ଏହି ନିର୍ବାଚନମଣ୍ଡଳୀରୁ ୩ ଥର କ˚ଗ୍ରେସ ଦଳରୁ ନିର୍ବାଚିତ ହୋଇଥିବା ବେଳେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ବିଜେଡ଼ି ଓ ଜନତା ଦଳରୁ ୪ ଥର ବିଜୟୀ ହୋଇଛନ୍ତି। ଗତ ବିଧାନସଭା ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ବାସନ୍ତୀ ମଲ୍ଲିକ ମୋଟ ୪୩ ହଜାର ୬ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଦାଶରଥୀ ଗମା˚ଗଙ୍କୁ ମାତ୍ର ୧୧୫ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ। ଶ୍ରୀ ଗମା˚ଗଙ୍କୁ ୪୨ ହଜାର ୮୯୧ ଖଣ୍ଡ ଭୋଟ ମିଳିଥିଲା। ସେହିଭଳି ବିଜେପିର ଭରତ ପାଇକଙ୍କୁ ୩୯ ହଜାର ୬୨୫ ଖଣ୍ଡ ଭୋଟ ମିଳିଥିଲା। ଏହାବ୍ୟତୀତ ସ୍ବାଧୀନ ପ୍ରାର୍ଥୀ ଚକ୍ରଧର ପାଇକ ୫୪୧୭ ଖଣ୍ଡ, ସିପିଆଇଏମ ଦଣପାଣି ରଇତ ୩୧୮୨, ଏଓପି ପବିତ୍ର ଗମା˚ଗ ୨୨୬୫, ତୃଣମୂଳ କ˚ଗ୍ରେସର ହଳଧର କାର୍ଜୀ ୧୫୨୪ ,ଓଜେଏମ ରଘୁନାଥ ବଡ଼ ମୁଣି ୧୨୨୪ ଏବ˚ ସିପିଆଇଏମଏଲର ପୂର୍ଣ୍ଣ ଚନ୍ଦ୍ର ଭୂୟାଁଙ୍କୁ ୧୨୨୫ ଖଣ୍ଡ ଭୋଟ ମିଳିଥିଲା।
ଗତଥରର ବିଜେଡ଼ି, କ˚ଗ୍ରେସ ଓ ବିଜେପି ପାଇଥିବା ଭୋଟ ହାର ଦେଖିଲେ ପ୍ରାୟ ସମସ୍ତେ ଅଳ୍ପ ବହୁତରେ ସମାନ ସ୍ଥିତିରେ ରହିଥିବା କୁହାଯାଇପାରେ। ତେବେ ଟିକଟ ବଣ୍ଟନ ପକ୍ରିୟା ଶେଷ ହେବା ପରେ ବାସ୍ତବ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।
୨୦୧୪ ନିର୍ବାଚନ ଫଳାଫଳ
ବିଜେଡି ବାସନ୍ତୀ ମଲ୍ଲିକ ୪୩,୦୦୬
କଂଗ୍ରେସ ଦାସରଥୀ ଗମାଙ୍ଗ ୪୨,୮୯୧
ବିଜେପି ଭରତ ପାଇକ ୩୯,୬୨୫
ନୋଟା .... ୩,୬୦୪