ସ୍ବୟ˚ ସହାୟିକା ଦଳଙ୍କୁ ନାବାର୍ଡ଼ର ତାଲିମ

ମୋହନା: ଏହି ବ୍ଳକ ଅନ୍ତର୍ଗତ କରଚବାଡ଼ି ପ˚ଚାୟତରେ ଗଠନ ହୋଇଥିବା ସ୍ବୟ˚ ସହାୟିକା ଦଳର ନେତ୍ରୀମାନଙ୍କୁ ନେଇ ବ୍ରାହ୍ମଣୀଦେଇ ପ˚ଚାୟତ ଊନ୍ନୟନ ନାଗରିକ ସ˚ଗଠନ କାର୍ଯ୍ୟାଳୟରେ ନାବାର୍ଡ ଓ ସକାଳ ଅନୁଷ୍ଠାନର ମିଳିତ ଊଦ୍ୟମରେ ଏକ ତାଲିମ ଶିିବିର ଅନୁଷ୍ଠିତ ହୋଇଯାଇଛି ।
ନାବାର୍ଡ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଦ୍ୟୁମ୍ନ ପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୋହନା ବ୍ଳକର ଜୀବନ ଜୀବିକା ମିଶନର ମୁଖ୍ୟ କାର୍ଯ୍ୟକର୍ତ୍ତା ଵାଇ ତିରୁପତି ରାଓ (ବିପିଏମ ) ଓ ବ୍ଳକ ସ୍ତରରେ ଥିବା ସ˚ଯୋଜକମାନେ ତାଲିମ ଶିବିରରେ ଯୋଗ ଦେଇ ଜୀବନ ଜୀବିକାର ମୁଖ୍ୟ ଊଦ୍ଦେଶ୍ୟ ଓ ସରକାରଙ୍କ ତରଫରୁ ଦିଆଯାଊଥିବା ‌େପ୍ରାତ୍ସାହନ, ଦଳ ଗଠନ କରିବାର ମୁଖ୍ୟ ଊଦ୍ଦେଶ୍ୟ, ମହିଳାମାନଙ୍କ ମଧ୍ୟରେ ଏକତା ମନୋଭାବ ଜାଗ୍ରତ ଓ ଆୟଭିତ୍ତିକ କାର୍ଯ୍ୟକ୍ରମରେ କିପରି ସ୍ବାବଲମ୍ବୀ ହୋଇପାରିବେ, ସ୍ବୟ˚ ସହାୟକ ଦଳର ମୁଖ୍ୟ ୧୦ଟି ନିୟମ ଓ ବ୍ୟାଙ୍କ ମାଧ୍ୟମରେ ଋଣ ପ୍ରଦାନ, ମହାସ˚ଘ ଜରିଆରେ ଆର୍ଥିକ ଊନ୍ନତିର ସମ୍ବଳ କିପରି ହୋଇପାରିବ ସେ ଦିଗରେ ବିପିଏମ ଶ୍ରୀ ରାଓ ବୁଝାଇ ଥିଲେ । ମୋହନା ବ୍ଳକରେ ଗଠନ ହୋଇଥିବା ତପ୍ତପାଣି କୃଷକ ଊତ୍ପାଦନ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ୍‌ କୁମାର ସାହୁ କୃଷକ ଊତ୍ପାଦନ କମ୍ପାନୀର ମୂଳ ଲକ୍ଷ୍ୟ ଓ ସଭ୍ୟ, ‌ସେର କ୍ୟାପିଟାଲ, ସେର ହୋଲଡେର, ବ୍ୟବସାୟୀକ ଭିତ୍ତିରେ କିପରି ସଭ୍ୟମାନଙ୍କ ଆର୍ଥିକ ସ୍ବଚ୍ଛତା ବଢିବ, କମ୍ପାନୀ ସହ ସଭ୍ୟାମାନଙ୍କ ସୁସ˚ମ୍ପର୍କ ସ୍ଥାପନ ହେବ ସେ ଦିଗରେ ବୁଝାଇଥିଲେ । ନାବାର୍ଡରୁ ଆସିଥିବା ଡିିଡିଏମ ସରକାରଙ୍କ ଯୋଜନା, ନାବାର୍ଡର ସହାୟତା ଓ ଦଳର ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ । ‘ସକାଳ’ ଅନୁଷ୍ଠାନର ପ୍ରକଳ୍ପ ସ˚ଯୋଜକ ସନ୍ତୋଷ କୁମାର ଗୌଡ ତାଲିମ ପରିଚାଳନା କରିଥିବା ବେଳେ ସୁଷମା ଓ କୃଷ୍ଣଚନ୍ଦ୍ର ସହଯୋଗ କରିଥିଲେ । ଅନୁଷ୍ଠାନ ତରଫରୁ କୁରେଶୁ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ତାଲିମ ଶିବିରରେ କର୍ଚ୍ଚବାଡି ପ˚ଚାୟତର ୧୫ ଗୋଟି ସ୍ବୟ˚ ସହାୟିକା ଦଳର ୫୨ ଜଣ ସଭ୍ୟା ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର