ମୋହନା: କର୍ଚ୍ଚବାଡି ପ˚ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗଗନ କୁମାର ଦାସଙ୍କୁ କାର୍ଯ୍ୟରୁ ନିଳମ୍ବିତ କରାଯାଇଥିବା ଜଣାପଡିଛି । ବିଦ୍ୟାଳୟ ପରିଚାଳନାରେ ଅନିୟମିତତା, ଛାତ୍ରାବାସରେ ପିଲାଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଇବା ଆଦି ଅଭିଯୋଗ ଗ୍ରାମବାସୀଙ୍କ ତରଫରୁ ହେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପ୍ରକଶ।
ଅଭିଯୋଗକୁ ଭିତ୍ତି କରି ଜିଲ୍ଲା ଶିକ୍ଷାଧିକାରୀ ଅଚାନକ ଗସ୍ତ କରିଥିଲେ । ଗ୍ରାମବାସୀ ଏବ˚ ଅ˚ଚଳବାସୀ ଦେଇଥିବା ଅବିଯୋଗ ପ୍ରକାରେ ତାହା ସତ୍ୟ ବୋଲି ସେ ପରିଦର୍ଶନ ବେଳେ ଜାଣିଥିଲେ । ତା’ ସହିତ କର୍ଚ୍ଚବାଡି ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କକ୍ଷରେ ମଧ୍ୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଲୋକେ ଲିଖିତ ଅଭିଯୋଗ ଦେଇଥିଲେ । ଏହାକୁ ଆଧାରିତ କରି ଗଜପତି ଜିଲ୍ଲା ଶିକ୍ଷାଧିକାରୀ ପ୍ରଧାନ ଶିକ୍ଷକଙ୍କୁ ନିଳମ୍ବିତ କରିଥିବା ଜଣାପଡ଼ିଛି । ଏ ସମ୍ପର୍କିତ ଆଦେଶନାମା ତା-୧-୧୨-୨୦୧୮/ମେମୋ ନ˚ ୧୦୨୪୬ ପ୍ରକାରେ ପଠାଯାଇଛି । ଶ୍ରୀ ଦାସ ସରକାରଙ୍କ ନିୟମ ପ୍ରକାରେ ଆଧା ଦରମା ପାଇ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିବା ପାଇଁ ଦର୍ଶାଯାଇଛି।
ଶ୍ରୀ ଦାସ ଗତ ଦିନରେ ସର୍ବଶିକ୍ଷା ଅଭିଯାନ ଚାଲୁ ରହିଥିବା ସମୟରେ ସିଆରସିସି ଦାୟିତ୍ବ କାର୍ଯ୍ୟରେ ଅବହେଲା କରିଥିବା ନେଇ ତାଙ୍କୁ ଶିକ୍ଷା ବିଭାଗ ତରଫରୁ ନିଲମ୍ବିତ କରାଯାଇଥିଲା । ତା’ ସହିତ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ସମୟରେ ମଧ୍ୟ ତାଙ୍କର କାର୍ଯ୍ୟରେ ଅବହେଳା େନଇ ପୂର୍ବରୁ ନିଳମ୍ବିତ କରାଯାଇଥିଲା । ଶିକ୍ଷାବିଭାଗ ଭଳି ଏକ ମହତ୍ବପୂର୍ଣ୍ଣ ପୂର୍ଣ୍ଣ ବିଭାଗରେ ବାରମ୍ବାର ନିଜ କାର୍ଯ୍ୟରେ ଅବହେଳା କରୁଥିବା ସହ ବହୁ ଦୁର୍ନୀତିରେ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ଏଭଳି ମହତ୍ତ୍ବପୂର୍ଣ୍ଣ ଦାୟିତ୍ବ ପ୍ରଦାନ ନ କରିବା ପାଇଁ ସାଧାରଣରେ ମତପ୍ରକାଶ ପାଇଛି।
କାର୍ଯ୍ୟରେ ଅବହେଳା, ପରିଚାଳନାରେ ଅନିୟମିତତା:କର୍ଚ୍ଚବାଡି ଉପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ନିଲମ୍ବିତ
/sambad/media/post_attachments/wp-content/uploads/2018/12/letter-2.bmp)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)