ଦିଗପହଣ୍ଡି: ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟିର ତନିଖି ଫାଟକ ନଥିବା ଯୋଗୁଁ ଆନ୍ଧ୍ରକୁ ଚାଲାଣ ହେଉଥିବା ଧାନର ଟିକସ ଆଦାୟ ହୋଇ ପାରୁନାହିଁ। ଫଳରେ ନିୟନ୍ତ୍ରିତ ବଜାର କମିଟିର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ କ୍ଷତି ଘଟୁଛି। ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ବାଗଡା ଓ ପୋଡ଼ାମାରିଠାରେ ତନିଖି ଫାଟକ ହୋଇଥିଲା। ତାହା ଗତବର୍ଷ ଠାରୁ ବନ୍ଦ ହୋଇ ଯାଇଛି। ଗଂଜାମ ଜିଲ୍ଲାରୁ ଆସିକା, ଶେରଗଡ଼, ପାଟପୁର ଦିଗପହଣ୍ଡି ଦେଇ ଆନ୍ଧ୍ରକୁ ଦୈନିକ ଶହଶହ ଟ୍ରକ୍ ଧାନ ଚାଲାଣ ହେଉଛି। ତନିଖି ଫାଟକ ନଥିବାରୁ ଧାନ ଟ୍ରକ୍ ଗୁଡ଼ିକ ଟିକସ ନଦେଇ ଆନ୍ଧ୍ରକୁ ଚାଲିଯାଉଛନ୍ତି। ସୂଚନା ପ୍ରକାରେ ବାଗଡ଼ା ଓ ପୋଡ଼ାମାରି ତନିଖି ଫାଟକରୁ ଦୈନିକ ୨୦ ହଜାରରୁ ଅଧିକ ଟିକସ ଆଦାୟ ହେଉଥିଲା। ବର୍ତ୍ତମାନ ଏହି ତନିଖି ଫାଟକରେ ନିୟୋଜିତ କର୍ମଚାରୀମାନଙ୍କୁ ଧାନଗାଡ଼ି ଯାଉଥିବା ରାସ୍ତାରେ ବାଇକ୍ ଯୋଗେ ବୁଲି ବୁଲି ଟିକସ ଆଦାୟ ପାଇଁ ନିର୍ଦ୍ଦେଶ ମିଳିଥିବା ଜଣାପଡ଼ିଛି। ଦିଗପହଣ୍ଡି, ଚିକିଟି ଦେଇ ଆନ୍ଦ୍ରକୁ ଚାଲାଣ ହେଉଥିବା ଧାନ ଟ୍ରକ୍ରୁ ଦୁଇ ସପ୍ତାହ ସୁଦ୍ଧା ମାତ୍ର ୧୦ ହଜାର ଟଙ୍କା ଟିକସ ଆଦାୟ ହୋଇପାରିଛି। ଏଥିପ୍ରତି ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଅଧ୍ୟକ୍ଷ ତଥା ବ୍ରହ୍ମପୁର ଉପ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।
ତନଖି ଫାଟକ ନାହିଁ, ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ କ୍ଷତି
/sambad/media/post_attachments/wp-content/uploads/2018/12/money.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)