ପାରଳାଖେମୁଣ୍ଡି ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ:ଯୋଗ ଦେଲେ ରାଜକୁମାରୀ କଲ୍ୟାଣୀ

ପାରଳାଖେମୁଣ୍ଡି: ଆସନ୍ତା ମାସରେ ପବିତ୍ର ରଥଯାତ୍ରା ପାଳନ ପାଇଁ ଆଜି ପ୍ରାଶାସନିକ ସ୍ତରରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ ହୋଇଥିଲା । ଏଥିରେ ପ୍ରଥମ ଥର ପାଇଁ ପାରଳା ରାଜପ୍ରାସାଦ ତରଫରୁ କଲ୍ୟାଣୀ ଦେବୀ ଯୋଗ ଦେଇଥିଲେ । ଆଜି ବୈଠକରେ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ପିଡିଡିଆରଡିଏ ଅନାମ ଚରଣ ପାତ୍ର, ପାରଳା ବିଧାୟକ କେ.ସୂଯ୍ୟର୍ ରାଓ, ସହକାରୀ ଆରକ୍ଷୀ ଅଧିକ୍ଷକ ମହମ୍ମଦ ଇମତିୟାଜ ଆଲମ ମଞ୍ଚାସୀନ ଥିଲେ । କୋଷାଧ୍ୟକ୍ଷ ରାମନାଥ ମିଶ୍ର ନିଜର ବିବରଣୀ ପାଠ କରି କହିଥିଲେ ଗତ ଥର ସମସ୍ତଙ୍କ ସହଯୋଗରେ ଅତ୍ୟନ୍ତ ସଫଳତାର ସହ ରଥଯାତ୍ରା ଏବଂ ଯାତ୍ରା ସହ ସମ୍ପୃକ୍ତ ଥିବା ସମସ୍ତ କାଯ୍ୟର୍କ୍ରମ ସଫଳ ହୋଇଥିଲା । ଭଲ ବ୍ୟବସାୟ ହୋଇଥିବା ଯୋଗୁଁ ପାରଳାଖେମୁଣ୍ଡି ରଥ ଯାତ୍ରାରେ ଅଂଶ ଗ୍ରହଣ କରିବା ପାଇଁ ପୁନର୍ବାର ଚଳିତ ବର୍ଷ ମୀନାବଜାର ଏବଂ ଖୁଚୁରା ବ୍ୟବସାୟୀମାନେ ଆଗ୍ରହ ପ୍ରକାଶ କରିଛନ୍ତି ।

ବିଭିନ୍ନ କମିଟି ଗଠନ ହୋଇଥିବା ବେଳେ ଚଳିତ ବର୍ଷ ପରିବେଶ ଏବଂ ପରିମଳ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବା ପାଇଁ ସମସ୍ତେ ନିବେଦନ କରିଥିଲେ । ଜଗନ୍ନାଥ ମନ୍ଦିର ନିର୍ମାଣ କାଯ୍ୟର୍ ଜାରି ରହିଥିବା ଯୋଗୁଁ ଏହି ବର୍ଷ ରଥ ନିର୍ମାଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସେହିଭଳି, ରଥଯାତ୍ରା ସମୟରେ ଟ୍ରାଫିକ ବ୍ୟବସ୍ଥା, ଖାଦ୍ୟ ସାମଗ୍ରୀ ବିକ୍ରୟ ଉପରେ ନଜର, ବର୍ଷା ସମୟରେ ଜଳ ନିଷ୍କାସନ ଇତ୍ୟାଦି ସମ୍ପର୍କରେ ବିସ୍ତତ ଆଲୋଚନା ହୋଇଥିଲା । ବିଭିନ୍ନ କମିଟି ଗୁଡିକ ଅପରିବର୍ତ୍ତିତ ରହିଥିବା ବେଳେ ଚଳିତ ବର୍ଷ ଶୁଖିଲା ଭୋଗ ବିକ୍ରୟରେ କମିଟି ୫୦ ପ୍ରତିଶତ ଅଧିକ ଲାଭ ପାଇବ ବୋଲି କମିଟିର ଅଧ୍ୟକ୍ଷ ଦେବାଶିଷ ପାଢୀ ସୂଚନା ଦେଇଥିଲେ।

ମୀନା ବଜାରରେ ବିଭିନ୍ନ କ୍ରୀଡ଼ା ଓ ଆନନ୍ଦଦାୟକ ସାମଗ୍ରୀ ଗୁଡିକ ସୁରକ୍ଷା ନିୟମ ମଧ୍ୟରେ କାଯ୍ୟର୍ କରୁ ବୋଲି ସଦସ୍ୟ ମାନେ ନିବେଦନ କରିଥିଲେ । ଏହି ଆଲୋଚନା ବେଳେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ କଲ୍ୟାଣୀ ଦେବୀ । ସେ ଲିଖିତ ଭାବେ ସଦସ୍ୟମାନଙ୍କୁ ନିବେଦନ କରିଥିଲେ ଯେ ଏହି ଐତିହାସିକ ରଥଯାତ୍ରାର ପରମ୍ପରାକୁ ବଜାୟ ରଖିବା ପାଇଁ ସମସ୍ତ ଆୟବ୍ୟୟ ଶୁଙ୍ଖଳିତ ଭାବେ ପରିଚାଳିତ କରାଯାଉ । ଅଧିକ ଦର୍ଶକ ଯାତ୍ରାକୁ କିପରି ଆସିବେ ସେଥିପ୍ରତି ଦୃଷ୍ଟି ଦିଆଯାଉ ବୋଲି ସେ ନିବେଦନ କରିଥିଲେ । ପହଣ୍ଡି ବିଭ୍ରାଟ ଉପରେ ମଧ୍ୟ ବିସ୍ତତ ଆଲୋଚନା ହୋଇଥିଲା ଏବଂ ସନ୍ଧ୍ୟା ପୂର୍ବରୁ ରଥ ଗୁଣ୍ଡିଚା ବାଡ଼ିରେ ପହଞ୍ଚିବା ଉପରେ ସଦସ୍ୟମାନେ ଜୋର ଦେଇଥିଲେ ।
ବୈଠକରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବସନ୍ତ ଦାସ, ବସନ୍ତ ପଣ୍ଡା , ଡ.ପି.ସି.ଏଚ ପାତ୍ର, ସୁରେଶ ମାଝୀ, ପ୍ରଦୀପ ନାୟକ, ପି.କ୍ରିଷ୍ଣା, ବାବୁଲା ବେହେରା, ବଟକୃଷ୍ଣ ପାତ୍ର, ସିଦ୍ଧେଶ୍ୱର ମିଶ୍ର, କୁମାର ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଡେପୁଟି କଲେକ୍ଟର ଜୁବୁଲି ଚରଣ ଏହି କାଯ୍ୟର୍କ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର