ପାରଳା ରେଳ ଷ୍ଟେସନରେ ମୌଳିକ ସୁବିଧା ଦାବି:ରାଜ୍ୟରାଣୀ ଏକ୍ସପ୍ରେସ ଚଳାଚଳ ପ୍ରତିଦିନ ହେଉ

ପାରଳଖେମୁଣ୍ଡି: ପାରଳା ସହରକୁ ଏକ ଉନ୍ନତମାନର ରେଳ ସେବା ଯୋଗାଇ ଦେବାର ଲକ୍ଷ୍ୟ ନେଇ ପାରଳା ମହାରଜା ନିଜସ୍ୱ ଖର୍ଚ୍ଚରେ ଆରମ୍ଭ କରିଥିବା ନୌପଡ଼ା-ଗୁଣୁପୁର ରେଳପଥର ବିକାଶ ଆଜି ମଧ୍ୟ ଅନୁନ୍ନତ ହୋଇ ରହିଥିବା ଦେଖିଲେ ବିଭାଗୀୟ ଅବହେଳା ସ୍ୱତଃ ବାରି ହୋଇପଡ଼ୁଛି ।
ପ୍ରଥମେ ପାରଳଖେମୁଣ୍ଡିରୁ ପୁରୀକୁ ଏକ ପାସେଞ୍ଜର ଟ୍ରେନ ଚଳାଚଳ କରାଇବା ପରେ ପଲାସା -ଗୁଣୁପୁର ଫାଷ୍ଟ ପାସେଞ୍ଜର ଏବଂ ବିଶାଖାପାଟଣମରୁ ଗୁଣୁପୁର ପଯ୍ୟର୍ନ୍ତ ଫାଷ୍ଟ ପାସେଞ୍ଜର ରେଳ ଚଳାଚଳା କରିଥିଲା । ଏପରି ସ୍ଥଳେ ପାରଳା ବାସୀଙ୍କ ଏକ୍ସପ୍ରେସ ଟ୍ରେନ ଚଳାଇବା ପାଇଁ ଦାବି ପରେ ଭୁବନେଶ୍ୱର ରାଉରକେଲା ରାଜ୍ୟ ରାଣୀ ଏକ୍ସପ୍ରେସକୁ ସମ୍ପ୍ରସାରଣ କରାଯାଇ ଗୁଣୁପୁର ପଯ୍ୟର୍ନ୍ତ କରାଯାଇଥିଲା । ଏହି ଏକ୍ସପ୍ରେସ ଟ୍ରେନଟି ସାପ୍ତାହିକ ୩ ଥର ଚାଲୁଥିବା ବେଳେ ଏହାକୁ ପରିବର୍ତ୍ତନ କରି ସବୁଦିନ ଏକ ନିର୍ଦ୍ଧାରିତ ସମୟରେ ଗୁଣୁପୁର ଏବଂ ପାରଳାଖେମୁଣ୍ଡିରୁ ଛାଡ଼ିବା ପାଇଁ ସ୍ଥାନୀୟ ବାସିନ୍ଦା ନିବେଦନ କରିଛନ୍ତି ।
ପାରଳାଖେମୁଣ୍ଡି ରେଳ ଷ୍ଟେସନକୁ ପୂର୍ବତଟ ରେଳ ବିଭାଗ ଏକ୍ସପ୍ରେସ ଷ୍ଟେସନର ମାନ୍ୟତା ଦିଆଯାଇଥିବା ସତ୍ତ୍ୱେ ଏଠାରେ ସେଭଳି କିଛି ବିଶେଷ ପରିବର୍ତ୍ତନ ହୋଇନାହିଁ । ଷ୍ଟେସନର ଉଚ୍ଚତା ବଢାଇବା, ଶୁଦ୍ଧ ପାନୀୟ ଯାତ୍ରୀଙ୍କୁ ପ୍ରଦାନ କରିବା, ପାରଳା ଷ୍ଟେସନର ଦ୍ୱିତୀୟ ପ୍ଲାଟଫର୍ମକୁ ନିର୍ମାଣ କରିବା ସହ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଓଭର ବ୍ରିଜ ନିର୍ମାଣ କରିବା ଦାବିକୁ ସମ୍ମାନ ଜଣାଇ ପୂର୍ବତଟ ରେଳ ବିଭାଗ ତୁରନ୍ତ କାଯ୍ୟର୍ ଆରମ୍ଭ କରନ୍ତୁ ବୋଲି ନିବେଦନ କରାଯାଇଛି

ସମ୍ବନ୍ଧିତ ଖବର