ପାରଳାଖେମୁଣ୍ଡି (ସୁଜିତ୍ ବିଷୋୟୀ): ଜିଲ୍ଲାକୁ ପୁଣି ବାତ୍ୟା ଭୟ। ଏବେଠୁ ଡରାଇଲାଣି ମୋନ୍ଥା। ସମ୍ଭାବ୍ୟ ବାତ୍ୟାକୁ ପ୍ରଶାସନର ପ୍ରସ୍ତୁତି। ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ମୋନ୍ଥା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଉପକୂଳରେ ସ୍ଥଳଭାଗ ଛୁଇଁ ବାକୁ ଥିବା ବେଳେ ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତି ଜିଲ୍ଲା ହୋଇଥିବାରୁ ତାର ପ୍ରଭାବ ଗଜପତି ଜିଲ୍ଲା ଉପରେ ପଡିବାର ଆଶଙ୍କା ରହିଛି। ସେଥିପାଇଁ ଗଜପତି ଜିଲ୍ଲା ପ୍ରଶାସନ ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିଛି। ସମସ୍ତ ସାତୋଟି ବ୍ଳକରେ ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ ଅଧିକାରୀ ଭାବରେ ନିୟୋଜିତ କରାଯାଇଛି। ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ଛୁଟି ବାତିଲ କରିବା ସହ ମୁଖ୍ୟାଳୟ ଛାଡ଼ିବାକୁ ବାରଣ କରାଯାଇଛି।
ଆବଶ୍ୟକ ସାମଗ୍ରୀ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ
ସେହିଭଳି ସମସ୍ତ ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ସହ ଆବଶ୍ୟକ ସାମଗ୍ରୀ ମହଜୁଦ୍ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୋନନାଗା କହିଛନ୍ତି। ସେହିଭଳି ଜିଲ୍ଲାର ସମସ୍ତ ଭୁସ୍ଖଳନ ପ୍ରବଣ ଅଞ୍ଚଳ ଓ ସମ୍ଭାବ୍ୟ ଭୁସ୍ଖଳନ ସ୍ଥଳ ଅଞ୍ଚଳ ବାସିନ୍ଦାଙ୍କୁ ସତର୍କ ରହିବାକୁ ମାଇକ ଜରିଆରେ ସୁଚନା ଦିଆଯାଉଛି। ୨୫୪ ଅସ୍ଥାୟୀ ଓ ୬ ଟି ସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୃତି କାରି ର୍କାହିବାକୁ ନିର୍ଦ୍ଧେଶ ଦିଆଯାଇଛି। ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀସୁରେଶ ପୂଜାରୀ ଓ ସ୍ବତନ୍ତ୍ର ରିଲିଫ କମିଶନର ଭିଡିଓ କନଫ୍ରେନ୍ସେ ମଧ୍ୟମରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ମୋଟାମୋଟି ଭାବେ ବାତ୍ୟା ମୁକାବିଲା ପାଇଁ ସମ୍ପୃର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୋନନାଗା।
ଗଜପତି ଭୁଲିନି ଭୂସ୍ଖଳନ
ଅପରପକ୍ଷରେ ଚଳିତ ମାସ ୨ ତାରିଖରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଅଧିକରୁ ଅଧିକ ପ୍ରଭାବିତ ହୋଇଛି ଗଜପତି ଜିଲ୍ଲା। ଜିଲ୍ଲାର ସମସ୍ତ ଅଞ୍ଚଳରେ ରାସ୍ତା ଘାଟ, ଚାଷ ଜମି, ଫସଲ, ଘରଦ୍ଵାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଭୁସ୍ଖଳନ ହେତୁ ୪ରୁ ଊର୍ଦ୍ଧ୍ବ ଜୀବନ ହାନି ଘଟିଛି। ତଦନୁସାରେ ଜିଲ୍ଲା ପ୍ରଶାସନ କ୍ଷୟକ୍ଷତି ଆକଳନ କରି ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିବା କୁହାଯାଉଛି। କିନ୍ତୁ ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସାଙ୍ଗକୁ ବର୍ଷାରେ ବହୁଳ ଭାବରେ ପ୍ରଭାବିତ ହୋଇଥିବା ସତ୍ତ୍ଵେ ଜିଲ୍ଲାର ଗରିବ ହିତାଧିକାରୀଙ୍କୁ ସରକାରଙ୍କ ଏହି ସହାୟତାରୁ ବଞ୍ଚିତ କରିଛନ୍ତି। ସେ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନର ଖାମଖିଆଲ କାର୍ଯ୍ୟକଳାପ ଯୋଗୁଁ ରାଜ୍ୟ ସ୍ତରରେ ଉପଯୁକ୍ତ କ୍ଷୟକ୍ଷତିର ତଥ୍ୟ ଉପସ୍ଥାପନ ହୋଇ ପାରିନାହିଁ ଅଥବା ଜାଣି ଶୁଣି ରାଜ୍ୟ ସରକାର ଗଜପତି ଜିଲ୍ଲାକୁ ଅନାଦେଖା କରୁଛନ୍ତି ସେନେଇ ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବିଧାୟକ ଇଂ ରୁପେଶ ପାଣିଗ୍ରାହୀ।
ଆହୁରି ପଢ଼ନ୍ତୁ: Cabinet Approves: ରାଜ୍ୟ କ୍ୟାବିନେଟ୍ରେ ୪ଟି ବିଭାଗର ୫ଟି ପ୍ରସ୍ତାବକୁ ଅନୁମୋଦନ
/filters:format(webp)/sambad/media/media_files/2025/10/25/gajapati1-2025-10-25-21-56-26.jpg)
ଆର୍ଥିକ ସ୍ଥିତି ଭୁଷୁଡ଼ିଛି
ଗତ ଦୁଇ ମାସ ମଧ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଯେଉଁ ପରିମାଣରେ ଗଜପତି ଜିଲ୍ଲାରେ କ୍ଷୟକ୍ଷତି ହୋଇଛି। ଜନସାଧାରଣ ବହୁ ପ୍ରଭାବିତ ହୋଇଛନ୍ତି। ବିଶେଷ କରି ଆଦିବାସୀ ଗ୍ରାମାଞ୍ଚଳରେ ଲୋକଙ୍କ ଆର୍ଥିକ ସ୍ଥିତି ଭୁଷୁଡ଼ି ଯାଇଛି, ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସହାୟତା ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ ହୋଇଥିବା ବେଳେ, ସରକାରୀ ସ୍ତରରେ କୌଣସି ମନ୍ତ୍ରୀ କିମ୍ବା ସଚିବ ସ୍ଥିତିର ଅନୁଧ୍ୟାନ କରିବା ପାଇଁ ଆସିଲେ ନାହିଁ। ଏଯାବତ ଜିଲ୍ଲା ପାଇଁ ସହାୟତା ରାଶି ମଧ୍ୟ ଘୋଷଣା ହୋଇ ପାରିଲା ନାହିଁ ଯାହା ଅନ୍ତ୍ୟତ ପରିତାପର ବିଷୟ ବୋଲି କହିଛନ୍ତି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ।
ଆହୁରି ପଢ଼ନ୍ତୁ: Investment In Projects: ୩୩ଟି ପ୍ରକଳ୍ପରେ ନିବେଶ ହେବ ୧.୪୬ ଲକ୍ଷ କୋଟି ଟଙ୍କା
୩୨୫୭ ହେକ୍ଟର ଚାଷ ଜମିରେ ଫସଲ କ୍ଷତି
ଜିଲ୍ଲାରେ ମୋଟ ୩୨୫୭ ହେକ୍ଟର ଚାଷ ଜମିରେ ଫସଲ କ୍ଷତିହୋଇଥିବା ବେଳେ ରାଷ୍ଟଘାଟ, ଘରଦ୍ଵାର, ପୋଲ ଆଦି ପ୍ରାୟ ଶହେ କୋଟି ଟଙ୍କାର କ୍ଷତି ହୋଇଥିବାର ଆକଳନ କରିଥିଲା ବିଭାଗ ତଥାପି ସରକାର ଏଯାବତ ସହାୟତା ରାସୀ ଘୋଷଣା କରିନଥିବା ବେଳେ ପୁଣି ଏକ ବାତ୍ୟାର ଆକଳନ କରିଛି ପାଣିପାଗ ବିଭାଗ ସେତିକି ବେଳେ କ୍ଷତିଗ୍ରସ୍ତ ହେବା ଆଶଙ୍କାରେ ପାହାଡ ଅଞ୍ଚଳ ବାସିନ୍ଦା ରାଜ୍ୟ ସରକାର ୧୩୯ ଗୋଟି ସମ୍ଭାବ୍ୟ ଭୁସ୍ଖଳନ ଅଞ୍ଚଳ ଚିହ୍ନଟ କରିଥିଲେ ମଧ୍ୟ ତାକୁ ବାଦଦେଇ ଅନେକ ସ୍ଥାନରେ ବାରମ୍ବାର ଭୁସ୍ଖଳନ ହେଉଛି ପୂର୍ବ ବର୍ଷା ସମୟରେ ପେକଟ ଗ୍ରାମରେ ଭୁସ୍ଖଳନ ଘଟି ପାହାଡ଼ ମାଡ଼ି ଆସିବା ଫଳରେ ୨ ଜଣ ବାପ ପୁଅ ନିଖୋଜ ହୋଇଥିଲେ ସେହି ସ୍ଥାନ ମଧ୍ୟ ପ୍ରଶାସନର ସମ୍ଭାବ୍ୟ ଭୁସ୍ଖଳନ ତାଲିକାରେ ନଥିଲା।
ସବୁ ବ୍ଲକରେ ନାହିଁ ବାତ୍ୟା ଆଶ୍ରୟସ୍ଥଳୀ
ସେପଟେ ସରକାର ପୂର୍ବରୁ ବିପଦପୂର୍ଣ୍ଣ ଭାବେ ପାହାଡ ଉପରେ ବସବାସ କରୁଥିବା ଆଦିବାସୀ ମାନଙ୍କୁ ସମତଳ ଅଞ୍ଚଳକୁ ସ୍ଥାନାନ୍ତର ପାଇଁ ନିସ୍ପତି ନେଇଥିଲେ। କିନ୍ତୁ ଗୋଟିଏ ଦୁଇଟି ସ୍ଥାନକୁ ଛାଡିଦେଲେ ଅନ୍ୟ ଅଞ୍ଚଳରେ ତାହା କାର୍ଯ୍ୟକାରି କରାଯାଇ ନାହିଁ ଫଳରେ ଏଭଳି ପରିସ୍ଥିତି ଆସିଲେ ଭୟଭୀତ ହେବା ସ୍ଵାଭାବିକ ତେଣୁ ସରକାର ଏଥିପ୍ରତି ଦ୍ରୁଷ୍ଟି ଦେବା ଅବଶ୍ୟକ ରହିଛି। ଅନ୍ୟ ପକ୍ଷରେ ସର୍ବଦା ବାତ୍ୟା ହେଉ କି ବର୍ଷା କିଛି ବିପଦ ସଂକେତ ଆସିଲେ ସୁରକ୍ଷିତ ସ୍ଥାନକୁ ଅର୍ଥାତ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। କିନ୍ତୁ ଜିଲ୍ଲାର ମୋଟ ସାତୋଟି ବ୍ଲକ ଅଞ୍ଚଳରେ ମାତ୍ର ୬ଟି ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରାଯାଇଛି। ରାଜ୍ଯର ଏକମାତ୍ର ଭୁସ୍ଖଳନ ପ୍ରବଣ ଜିଲ୍ଲା ଭାବରେ ଗଜପତିକୁ ଚିହ୍ନଟ କରାଯାଇଥିବା ବେଳେ ଏଯାବତ ସମସ୍ତ ଅଞ୍ଚଳରେ ସ୍ଥାୟୀ ଆଶ୍ରୟ ସ୍ଥଳୀ ମଧ୍ୟ ନିର୍ମାଣ ହୋଇପାରି ନାହଁ ଯାହାକୁ ନେଇ କ୍ଷୋବ ପ୍ରକାଶ କରିଛନ୍ତି ଆଦିବାସୀ ନେତା ମରଜେଶ ଦଳ ବେହେରା, ସବୁବେଳେ ଆଦିବାସୀଙ୍କ ନାମରେ ଭୋଟ ବ୍ଯାଙ୍କ ସୃଷ୍ଟି କରୁଛନ୍ତି କିନ୍ତୁ ଆଦିବାସୀଙ୍କ ପାଇଁ ଦରଦ ନାହିଁ ବୋଲି କହିଛନ୍ତି।
କଂଗ୍ରେସର ଦାବି
ଜିଲ୍ଲାରେ ପ୍ରାୟ ସମସ୍ତ ଅଞ୍ଚଳ ପୁର୍ବ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି ଏଯାବତ ସରକାର ଆକଳନ କରି ସହାୟତା ଯୋଗାଇ ଦେବାରେ ବିଫଳ, ପୁଣି ଥରେ ବର୍ଷା ଏବଂ ବାତ୍ୟାର ସୁଚନା ଆସି ପହଞ୍ଚିଲାଣି, ଜାଣି ଶୁଣି ଅବହେଳା କରୁଛନ୍ତି। ଯଥା ଶୀଘ୍ର କ୍ଷତି ପୂରଣ ପ୍ରଦାନ ନକରନ୍ତି ତାହା ହେଲେ କଂଗ୍ରେସ ଏହାର ପ୍ରତିବାଦ କରିବ ବୋଲି କହିଛନ୍ତି ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଦାଶରଥି ଗମାଙ୍ଗ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/25/gajapati2-2025-10-25-21-56-26.jpg)