ପାରଳାଖେମୁଣ୍ଡି: ସନ୍ଧ୍ୟା ସାଢେ ୬ଟାରେ ଆନ୍ଧ୍ରପ୍ରଦେଶ ସୋମପେଟା ଷ୍ଟେସନ୍ ନିକଟରେ ଗୁଣପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସରେ ଜଣେ ମହିଳାଙ୍କ ବ୍ୟାଗ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ପାରଳାଖେମୁଣ୍ଡିରେ ଏକ ଭୋଜିରେ ଯୋଗ ଦେଇ ମହିଳା ଜଣକ କଟକ ଫେରୁଥିଲେ। ସୋମପେଟା ଷ୍ଟେସନ ନିକଟରେ ଜଣେ ଦୁର୍ବୃତ୍ତ ତାଙ୍କ ବ୍ୟାଗ ଛଡାଇ ନେଇ ଆଖି ପିଛୁଳାକେ ଚମ୍ପଟ୍ ମାରିଥିଲା। ସେଥିରେ ମହିଳାଜଣଙ୍କର ମୋବାଇଲ୍, ସୁନା ଚେନ୍, ଟଙ୍କା ଓ ଅନ୍ୟାନ୍ୟ କାଗଜ ପତ୍ର ରହିଥିବା ଜଣାପଡ଼ିଛି। ଏନେଇ ସେ ଇଚ୍ଛାପୁର ଜିଆରପି ଥାନାରେ ଏତଲା ଦେଇଛନ୍ତି। ଦୁର୍ବୃତ୍ତ ଜଣକ ପାରଳାଖେମୁଣ୍ଡିରୁ ତାଙ୍କ ଉପରେ ନଜର ରଖି ବ୍ୟାଗ୍ ଲୁଟି ନେଇଥିବା ଜଣାପଡ଼ିଛି। ସୂଚନା ଥାଉକି, ରାଜ୍ୟରଣୀ ଏକ୍ସପ୍ରେସରେ ସୁରକ୍ଷା ପାଇଁ ଜିଆରପି ପୁଲିସ୍ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ବହୁ ସମୟରେ ଯାତ୍ରୀ ଲୁଟର ଶିକାର ହେଉଥିବାର ନଜିର୍ ରହିଛି। ଟ୍ରେନରେ ସୁରକ୍ଷାକର୍ମୀ ନିଯୋଜିତ ପାଇଁ ଦାବି ହେଉଛି ।
ରାଜ୍ୟରାଣୀ ଏକ୍ସପ୍ରେସରେ ମହିଳାଙ୍କ ବ୍ୟାଗ୍ ଲୁଟ୍
/sambad/media/post_attachments/wp-content/uploads/2019/02/train-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)