ରାମସାଗର ଗୋଷ୍ଠୀ ସଂଘ‌ର୍ଷ ମାମଲାରେ ୪ ଗିରଫ

ପାରଳାଖେମୁଣ୍ତି: ଜମି ବିବାଦକୁ କେନ୍ଦ୍ର କରି ୧୪ ତାରିଖ ଦିନ ରାମସାଗର ଛକରେ ଘଟିଯାଇଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ଆଜି ପୁଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ – ଟି. ବୈରାଗୀ, ବି. ବୈକୁଣ୍ଠ ଓ ସେମାନଙ୍କ ପରିବାରର ଦୁଇ ମହିଳା। କେସ ନଂ ୨୩୬ ଦଫା ୪୫୭, ୩୨୩, ୩୨୪, ୩୦୭, ୨୯୪, ୫୦୬୩୪ ଆଇପିସି ପ୍ରକାରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପ୍ରକାଶ।
ଗୋ‌ଷ୍ଠୀ ସଂଘର୍ଷ ପରେ ଉଭୟ ପକ୍ଷରୁ ପୃଥକ ପୃଥକ ମାମଲା ରୁଜୁ କରାଯାଇଥିଲା। କେସ ନଂ ୨୩୭ ଦଫା ୩୪୧, ୨୯୪, ୩୨୩, ୩୨୪, ୫୦୬, ୩୪ ଆଇପିସି ପ୍ରକାରେ ଅନ୍ୟ ଏକ ମାମଲା ରୁଜୁ ହୋଇଥିବା ‌େବଳେ ଘଟଣାରେ ସଂପୃକ୍ତ ବ୍ୟକ୍ତିବିଶେଷ ଆହତ ହୋଇ ବ୍ରହ୍ମପୁରରେ ଚିକିତ୍ସିତ ହେଉଥିବାରୁ ସେମାନଙ୍କୁ ଗିରଫ କରାଯାଇ ପାରିନଥିବା ପାରଳା ଥାନାଧିକାରୀ ପ୍ରକାଶ କରିଛନ୍ତି। ଉଭୟ ମାମଲାକୁ ଜ୍ୟୋତିର୍ମୟୀ ଦାସ ଓ ନାରାୟଣ ଚନ୍ଦ୍ର ପତି ପରିଚାଳନା କରୁଥିବା ଜଣାପଡ଼ିଛି। ପୁଲିିସ ଘଟଣା ଉପରେ ନଜର ରଖିଥିବା ବେଳେ ଅଞ୍ଚଳରେ ଶାନ୍ତି ବିରାଜମାନ ପାଇଁ ସବୁ‌ମତେ ଉଦ୍ୟମ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର