ପାରଳାଖେମୁଣ୍ଡି: ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ବ୍ଲାକମେଲି˚ କରି ଦୁଷ୍କର୍ମ କରୁଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ତେବେ, ଅଭିଯୁକ୍ତଙ୍କ ପ୍ରତି ପୁଲିସ ନରମ ମନୋଭାବ ପୋଷଣ କରୁଥିବାରୁ ଆଜି ଅଦାଲତରେ ପୀଡ଼ିତା ମହିଳା ୧୬୪ ବୟାନରେ ଦର୍ଶାଇଥିବା ଜଣାପଡ଼ିଛି। ମହିଳାଙ୍କୁ ଲାଙ୍କା ବାସୁ ନାମକ ଜଣେ ବ୍ୟକ୍ତି ବ୍ଲାକ ମେଲି˚ କରି ଦୁଷ୍କର୍ମ କରୁଥିବା ଘଟଣାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧୢରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଗତ ରାତିରେ ପାରଳାଖେମୁଣ୍ଡି ଥାନାରେ ମହିଳାଙ୍କ ପରିବାର ଲୋକ ଏତଲା ଦେଇଥିଲେ। ଆଜି ମହିଳାଙ୍କ ଡାକ୍ତର ମାଇନା କରାଯାଇଥିବା ବେଳେ ଅଦାଲତରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ମହିଳାଙ୍କ ୧୬୪ ବୟାନ ରେକର୍ଡ କରାଯାଇଛି। ଅପର ପକ୍ଷରେ ଥାନା ଆଇଆଇସି ବାବୁଲି ନାୟକଙ୍କୁ ମାମଲା ସ˚ପର୍କରେ ପଚାରିବାରୁ ଦୁଷ୍କର୍ମ ସ˚ପର୍କିତ ଏତଲା ଦାୟର ଘଟଣାକୁ ସ୍ବୀକାର କରିଛନ୍ତି। ତେବେ, ଘଟଣା ସ˚ପର୍କରେ ସେ ଅଧିକା ତଥ୍ୟ ଦେବାକୁ ମନା କରିଦେଇଥିଲେ। ପରେ ପଚାରିକି ଦିଆଯିବ ବୋଲି ଶ୍ରୀ ନାୟକ କହିଥିଲେ। ବୋଧହୁଏ ଏସପିଙ୍କୁ ପଚାରି ଦିଆଯିବ ବୋଲି ସେ କହିଥାଇପାରନ୍ତି। ଏସପି ଅମୁଲ୍ୟ କୁମାର ଦାଶ ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଅଞ୍ଚଳ ଗସ୍ତ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାରୁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ। ଥାନା କେସ ନଂ ୩୬/୧୯ ଏବ˚ ଜିଆର ନମ୍ବର ୬୫/୧୯ ଦଫା ୩୭୬(୧)ରେ ମାମଲା ରୁଜ କରାଯାଇଛି। କିନ୍ତୁ, ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତକୁ ଗିରଫ କରାଯାଇ ନଥିବା ବେଳେ ପୀଡ଼ିତାଙ୍କୁ ସୁରକ୍ଷା ଓ ସତସାହସ ଯୋଗାଇ ଦେବା ପାଇଁ ନିବେଦନ କରାଯାଇଛି।
ବ୍ଲାକମେଲିଂ କରି ଦୁଷ୍କର୍ମ ଅଭିଯୋଗ, ପୁଲିସ ଜାଣି ନିରବ
/sambad/media/post_attachments/wp-content/uploads/2019/02/Rape-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)