ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଚଳ ଚଞ୍ଚଳ ପୈରାଣିକ କ୍ଷେତ୍ର ମହେନ୍ଦ୍ରଗିରି ପର୍ବତ ଶିଖର। ସାରାଦେଶରେ ମହା ଶିବରାତ୍ରି ପାଇଁ ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ରବିବାର ଶିବରାତ୍ରି ପାଳନ କରିବେ। କିନ୍ତୁ ମହେନ୍ଦ୍ରଗିରି ଶିଖରରେ ଥିବା ଶୈବପୀଠରେ ଗୋଟିଏ ଦିନ ପୁର୍ବରୁ ଅର୍ଥାତ୍ ଶନିବାର ପାଳନ ହୋଇଯାଇଛି ଜାଗର ଯାତ୍ରା। ଚାରିଯୁଗର ମୁକସାକ୍ଷୀ ହୋଇ ରହିଥିବା ପୈରାଣିକ ସ୍ଥଳ ମହେନ୍ଦ୍ରଗିରିର ଅନେକ କିମ୍ବଦନ୍ତୀ ରହିଛି।
ସେହିଭଳି ଶିବରାତ୍ରି ପୁର୍ବ ଦିନ ଜାଗର ପାଳନକୁ ନେଇ ମଧ୍ୟ ଏକ କିମ୍ବଦନ୍ତୀ ରହିଛି ଏଠାରେ ବସବାସ କରୁଥିବା ସାଧୁଙ୍କ ମତ ଅନୁସାରେ ମହେନ୍ଦ୍ର ଏହୁଛି ସ୍ବୟଂ ଶିବଙ୍କ ଅବତାର ଏବଂ ସୁର୍ଯ୍ୟ ହେଉଛନ୍ତି ବିଷ୍ଣୁଙ୍କ ଅବତାର। ସକାଳୁ ସକାଳୁ ସୁର୍ଯ୍ୟ ଉଦୟ ସମୟରେ ଏଠାକାର ନିଆରା ଦୃଶ୍ୟ ପରିଲକ୍ଷିତ ହୁଏ ଯାହାକୁ ଦୈଖିଲେ ସୁର୍ଯ୍ୟ ମହେନ୍ଦ୍ର ଶିଖର ସହିତ ଲାଖି ରହିଲା ଭଳି ମନେ ହୁଏ । ମହେନ୍ଦ୍ରଗିରିରେ ଶିଖରରେ ସେହି ସମୟରେ ଏହି ଶିବ ବିଷ୍ଣୁଙ୍କ ମିଳନ ଦୃଶ୍ୟ ଦେଖିବାକୁ ସମସ୍ତ ଦେବାଦେବୀ ଉପସ୍ଥିତ ରହୁଥିବା ଲୋକକଥା ରହିଥିବା ବେଳେ ସେଥିପାଇଁ ଭୋର ସକାଳୁ ଶିବରାତ୍ରି ଦିନ ହରିହରଙ୍କ ଭେଟ ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ। ରାତି ତମାମ ଉଜାଗର ରହି ସକାଳୁ ହରିହର ଦର୍ଶନ ପରେ ଶିବରାତ୍ରି ପାଳନ ପାଳନ କରନ୍ତି ବୋଲି ସାଧୁ କହିଛନ୍ତି।
/filters:format(webp)/sambad/media/media_files/2026/02/15/whatsapp-imag-2026-02-15-07-03-26.jpeg)
ହଜାର ହଜାର ଭକ୍ତଙ୍କ ସମାଗମ ଯୋଗୁଁ ମହେନ୍ଦ୍ରଗିରିରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ମଧ୍ୟାହ୍ନ ଠାରୁ ପୁଜା ରିତିନୀତି ଅନୁସାରେ ଘୃତ ଯଜ୍ଞ, ନାମ ସଙ୍କୀର୍ତ୍ତନ ଆରମ୍ଭ ହୋଇଛି। ପ୍ରଶାସନ ଓ ମହେନ୍ଦ୍ର ପରିଚାଳନା କମିଟି ପକ୍ଷରୁ ଜଳଛତ୍ର, ଅନ୍ନଛତ୍ର, ଶୈଚାଳୟ ସାଙ୍ଗକୁ ଆଲୋକି କରଣର ବ୍ୟବସ୍ଥା କରାଯାଇଛି। ଉତ୍ସବକୁ ଶାନ୍ତି ଶୃଙ୍ଖଳା ସହ ପାଳନ ନିମନ୍ତେ ପୁଲିସ ପକ୍ଷରୁ ୫ ପ୍ଳାଟୁନ ପୋଲିସ ଫୋର୍ସ , ୧୦୦ ହୋମଗାର୍ଡ ସହ ୬ ଡିଏସପି ପାହ୍ୟା ଅଧିକାରୀ ୧୧ ଇନ୍ସପେକ୍ଟର ସମେତ ୩୫ ଅଧିକାରୀ ମାନଙ୍କୁ ନିୟୋଜିତ କରାଯାଇଛି। ଆବଶ୍ୟକ ସ୍ଥଳେ ଭିଡ ନିୟନ୍ତ୍ରଣ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ଅଗ୍ନିଶମ ବାହିନୀ ଓ ଜଙ୍ଗଲ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି। ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଙ୍କ ସମେତ ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ତଦାରଖ କରୁଛନ୍ତି। ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଲୋକଙ୍କ ସୁଅ ଛୁଟିଛି, କଈଁପୁର ଠାରୁ ଲମ୍ବା ଧାଡ଼ିରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି।
ଆହୁରି ପଢ଼ନ୍ତୁ: Marksheet: ପ୍ରଥମ ସ୍ତମ୍ଭ: ମାର୍କସିଟ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/15/whatsapp-image-2026-02-15-07-02-49.jpeg)